ଅଜିତ ବଞ୍ଚିଥିଲେ ଆଜି ପିପିଲି ପାଇଁ ଭୋଟ ପଡ଼ିଥାନ୍ତା, ଜାଣନ୍ତୁ କେଉଁଦିନ ହେବ ଭୋଟ୍

ଅଜିତ ବଞ୍ଚିଥିଲେ ଆଜି ପିପିଲି ପାଇଁ ଭୋଟ ପଡ଼ିଥାନ୍ତା, ଜାଣନ୍ତୁ କେଉଁଦିନ ହେବ ଭୋଟ୍

ଓଡ଼ିଆ ଗସିପ୍ ବ୍ୟୁରୋ: ସବୁ କିଛି ଠିକଠାକ୍ ଥିଲା ଆଜି ପିପିଲି ପାଇଁ ମତଦାନ ହୋଇଥାନ୍ତା । ହେଲେ କଂଗ୍ରେସ୍ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରଖାଯାଇଥିଲା ପିପିଲି ବାଇଇଲେକ୍ସନ । ଏହା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ପୁଣି କେବେ ହେବ ଉପନିର୍ବାଚନ? କେବେ ପ୍ରକାଶ ପାଇବ ସାନି ବିଜ୍ଞପ୍ତି? ଡାହାର ଉତ୍ତର ଶନିବାର ମିଳି ସାରିଛି ।

ପିପିଲି ଉପନିର୍ବାଚନକୁ ନେଇ ପ୍ରକାଶ ପାଇଛି ନୂଆ ବିଜ୍ଞପ୍ତି । ଆସନ୍ତା ମେ ୧୩ ତାରିଖରେ ହେବ ପିପିଲି ବିଧାନସଭା ଉପ ନିର୍ବାଚନ । ଏହାର ତିନି ଦିନ ପରେ ଅର୍ଥାତ ୧୬ ତାରିଖରେ ହେବ ଗଣତି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ରହିଥିଲା । ବର୍ତ୍ତମାନ ଏହି ଉପ ନିର୍ବାଚନ ପାଇଁ ତାରିଖ ପୁନଃନିର୍ଦ୍ଧାରଣ ହୋଇଛି ।

ଏବେ ପୁଣି ଘନ ଘନ ରାଲି ଏବଂ ଶୋଭାଯାତ୍ରାରେ କମ୍ପିବ ପିପିଲିର ପଲିଟିକାଲ୍ ମୈଦାନ । ଗଡ଼ ଦଖଲ ପାଇଁ ଲାଗିପଡ଼ିବେ ୩ ପ୍ରମୁଖ ଦଳର ନେତା ଓ କର୍ମୀ । ତେବେ କଂଗ୍ରେସରୁ ଅଜିତଙ୍କ ସ୍ଥାନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏ ପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇ ପାରିନାହିଁ ।

ସେପଟେ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ଅଜିତଙ୍କ ପରିବାରରୁ କିଏ ପ୍ରାର୍ଥୀ ହେବାକୁ ଚାହିଁବେ ତେବେ ଅଜିତଙ୍କ ପତ୍ନୀ ବନ୍ଦନା ମଙ୍ଗରାଜ ଓ ଭାଇ ଅଶୋକ ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି । ଏହାବାଦ୍ କଂଗ୍ରେସ୍ ନେତା ନିଶିକାନ୍ତ ମିଶ୍ର ଓ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ନାଁ ବି ଚର୍ଚ୍ଚା ହେଉଛି ।

ସେପଟେ ବିଜେପି କହିଛି ଅଜିତଙ୍କ ଦେହାନ୍ତ ଏକ ଦୁଃଖଦ ଘଟଣା । ଉପନିର୍ବାଚନ ପାଇଁ ବିଜେପି ଯେଉଁ ପରିଶ୍ରମ କରିଥିଲା ତାହା ବୃଥା ଗଲା । ବିଜେପିର ସ୍ଥିତି ବହୁତ ଭଲ ଅଛି, ଯେବେ ବି ନିର୍ବାଚନ ହେବ ଦଳ ଜୋରସୋରରେ ଲଢିବ । ବିଜେଡି କହିଛି, ପିପିଲିବାସୀ ନବୀନ ପଟ୍ଟନାୟକଙ୍କ ସହିତ ଅଛନ୍ତି । ଯେବେ ଭୋଟ୍ ହେବ ଦଳ ଜିତିବ ।

Share this story