କାମ କଲାନି ବଡ଼ବଡ଼ିଆଙ୍କ ଚାପ : ରଞ୍ଜୀବଙ୍କ ଏକାନ୍ତ ଅନୁଗତକୁ ବାନ୍ଧିଲା ପୋଲିସ

କାମ କଲାନି ବଡ଼ବଡ଼ିଆଙ୍କ ଚାପ : ରଞ୍ଜୀବଙ୍କ ଏକାନ୍ତ ଅନୁଗତକୁ ବାନ୍ଧିଲା ପୋଲିସ

ଓଡ଼ିଆ ଗସିପ ବ୍ୟୁରୋ: ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌୩/୨୧୧ରେ ଥିବା ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା । ଗିରଫ ଅଭିଯୁକ୍ତ ଜଣଙ୍କ ନାମ ଫେଲୁ ଓରଫ ଦେବବ୍ରତ ନାୟକ । ଗତକାଲି ରାତିରେ କଟକ ନିକଟରୁ ଦେବବ୍ରତ ଙ୍କୁ ଗିରଫ କରାଯାଇଛି । ଦେବବ୍ରତ ଙ୍କ ନିଜ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ବୋଲି ଜଣାପଡିଛି ।

ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ଜ୍ବାଇଁ ଶୁଭ୍ରାଂଶୁ ଶେଖର ବିଶ୍ବାଳଙ୍କ ସହଯୋଗୀ ଭାବେ କାମ କରୁଥିଲେ ଫେଲୁ । ଏକ ମାଇନିଂ କମ୍ପାନୀ ର ବ୍ୟବସାୟିକ ଡିଲ ଚାଲିଥିବା ବେଳେ ନିଜେ ଥାନାଧିକାରୀ ଶରତ ସାହୁ ଛାପା ମାରିଥିଲେ । ସେହିଠାରୁ ହିଁ ଦେବବ୍ରତଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । ଏବେବି ପାଖାପାଖି ୩୦ ଜଣ ଫେରାର ଅଛନ୍ତି।

ଗିରଫ ଫେଲୁ ପୂର୍ବତନ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ବେଶ ଖାସ ଭାବେ ଜଣାଶୁଣା। ବିଗତ ଦିନରେ କଂଗ୍ରେସ ଭବନରେ ବୋମାମାଡ଼ ଘଟଣାରେ ସମୃକ୍ତ ଥିଲେ ଫେଲୁ । ସେହିପରି ରାଜ୍ୟର ଜଣେ ଖଣି  ମାଫିଆ ଙ୍କ ସମ୍ପର୍କରେ ଆସି ଗତ କିଛିଦିନ ଧରି କଳା କୁ ଧଳା କରୁଥିଲେ ଏହି କରିତକର୍ମା ଜଣଙ୍କ । ଫେଲୁଙ୍କ ନାମରେ କେସ ଥିଲେ ମଧ୍ୟ ଏହି କଂଗ୍ରେସ ନେତାଙ୍କ ଚାପରେ କିଛିଦିନ ଧରି ସେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖୋଦ ନୟାପଲ୍ଲୀ ଥାନା ର କିଛି କର୍ମଚାରୀ ଏକଥା ସ୍ୱୀକାର କରିଛନ୍ତି ।

ଏପରିକି ନୟାପଲ୍ଲୀ ପୋଲିସ କାଲି ରାତି ରେ ଫେଲୁକୁ ଗିରଫ କରିବା ପରେ ରଞ୍ଜୀବ ଅନୁଗତ ୪ ରୁ ୬ ଜଣ ଲୋକ ଥାନା ଆଗରେ ପାଇଁତରା ମାରିବା ସହ ବିଭିନ୍ନ ଆଡକୁ ଫୋନ ବୁଲାଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଭୁବନେଶ୍ୱର ଡିସିପି ଏସବୁକୁ ଖାତିର ନକରି ତୁରନ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ କମିଶନରେଟ ପୋଲିସ କୁ ସାଧୁବାଦ ଜଣାଇଛନ୍ତି ରାଜଧାନିବାସୀ ।

Share this story