ବଙ୍ଗରେ ଖେଲା ହେଲା’: ମୋଦିଙ୍କୁ ମାତ୍ ଦେଇ ଚୌକି ପୁଣି ହାତେଇବେ ମମତା ଦିଦି

ବଙ୍ଗରେ ‘ଖେଲା ହେଲା’: ମୋଦିଙ୍କୁ ମାତ୍ ଦେଇ ଚୌକି ପୁଣି ହାତେଇବେ ମମତା ଦିଦି

ଓଡ଼ିଆ ଗସିପ୍ ବ୍ୟୁରୋ: ଖେଲା ହେବ ବୋଲି ନାରା ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଉ ଆଜି ଏଗଜିଟ୍ ପୋଲ୍ ମଧ୍ୟ ସେହି ଇଙ୍ଗିତ କରୁଛି । ଆଜି ପଶ୍ଚିମବଙ୍ଗରେ ଶେଷ ପର୍ୟ୍ୟାୟ ଭୋଟ ଗ୍ରହଣ ସହ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ବୁଥବାହୁଡ଼ା ମତ ବା ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇଛି ।

ଗୁରୁତ୍ବପୂର୍ଣ୍ଣ ରାଜ୍ୟ ପଶ୍ଚିମବଙ୍ଗରେ ପୁଣି ମମତା ବାନାର୍ଜୀ କ୍ଷମତାକୁ ଫେରିବା ସମ୍ଭାବନା ରହିଛି । ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ ଟିଏମସି ବିଜେପିଠାରୁ ଆଗୁଆ ଥିବା କୁହାଯାଇଛି ।

ସି-ଭୋଟର ଅନୁସାରେ ଟିଏମସି ୧୫୨-୧୬୪ଟି ଆସନ, ବିଜେପି ୧୦୯-୧୨୧ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୪-୨୫ଟି ଆସନ ଜିତିବ । ତେବେ ରିପବ୍ଲିକ-ସିଏନକ୍ସ ଅନୁସାରେ  ଟିଏମସି ୧୨୮-୧୩୮ଟି ଆସନ, ବିଜେପି ୧୩୮-୧୪୮ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୧-୨୧ଟି ଆସନ ଜିତିବ ।

ଅନ୍ୟପକ୍ଷରେ ଜନକି ବାତର ରିପୋର୍ଟ ଅନୁସାରେ  ଟିଏମସି ୧୧୮-୧୩୪ଟି ଆସନ, ବିଜେପି ୧୫୦-୧୬୨ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୦-୧୪ଟି ଆସନ ଜିତିବାର ସମ୍ଭାବନା ରହିଛି ।

Share this story