ପିପିଲି ମହାନାଟକର ଖଳନାୟକ ଜ୍ୱାଇଁ ଅର୍ଦ୍ଧେନ୍ଦୁ!

ପିପିଲି ମହାନାଟକର ଖଳନାୟକ ଜ୍ୱାଇଁ ଅର୍ଦ୍ଧେନ୍ଦୁ!

ଓଡ଼ିଆ ଗସିପ୍ ବ୍ୟୁରୋ: ଆରମ୍ଭରୁ ପ୍ରଥମେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଆଲେଖ୍ୟ ଉପରେ ନଜର ପକାନ୍ତୁ...

ସବୁରି ନାଟ ମୂଳରେ ସେ ଜ୍ୱାଇଁ । ସେ ଯୋଉ ଫିଲ୍ମ କରୁଥିଲା, କେହି ଦେଖି ନାହାନ୍ତି । ତା ରୂପ ଦେଖିବାକୁ ଅତ୍ୟନ୍ତ କଦର୍ଯ୍ୟ । ବାହାଘର ପୂର୍ବରୁ ହାଫ ଚା ପିଉଥିଲା । କିନ୍ତୁ ଚାଲକି କରି ବଡ଼ଘର ଝିଅ ବାହା ହେଲା । ଶ୍ୱଶୁର ଟିକେ ନାଟୁଆ ଥିଲେ । ନିରୀହ ତାଙ୍କ ଝିଅ ଆଗରେ ଫିଲ୍ମ ଡାଏଲଗ ମାରି, କାନ୍ଦିକୁନ୍ଦା କରି ଇମୋସନାଲ ବ୍ଲାକମେଲ୍ କରି ଝିଅକୁ ବାହା ହେଇଗଲା ।

ଏ ଟୋକାତ ଥିଲା ଲୋଫର, ୟାର କେବଳ ଭରଷା ଥିଲା ଶଶୁର ସମ୍ପତ୍ତି । ଯୋଗକୁ ଶଶୁର ବାହା ବର୍ଷେ ପରେ ଚାଲିଗଲେ । ଏଇଠୁ ସେ ସୈତାନ ଜୋଇଁ ଆରମ୍ଭ କଲା ଭୟଙ୍କର ନାଟକ । ଶଶୁର ବାରମ୍ବାର କହିଥିଲେ ଯେ ମୋ ପୁଅ ଇଂଜିନିଅର । ମୋ ଅନ୍ତେ ସେ ଚାହିଁଲେ ଲୋକସେବା କରିବ । ଜୋଇଁ କିନ୍ତୁ ଗେମ୍ ଖେଳିଲା । ଶାଶୁଙ୍କୁ ସେଇ ଫିଲ୍ମ ଷ୍ଟାଇଲରେ କିମିଆ କଲା । ବିଚାରୀ ଶାଶୁଙ୍କ ମୁଣ୍ଡରେ ଧାରଣା ପୁରେଇଛି ଯେ ଆପଣଙ୍କ ପୁଅ ନୁହେଁ, ମୁଁ ଆପଣଙ୍କୁ ପଚାରିବି ।

ସ୍ତ୍ରୀକୁ ଧରି ଶାଶୁ ଆଉ ଶଳାଙ୍କ ଭିତରେ ଫାଟ କଲା । ଭଉଣୀ ଆଉ ଭାଇ ଭିତରେ ଫାଟ କଲା । ତା ଉଦ୍ଦେଶ୍ୟ ହେଲା: ଏବେ ଶାଶୁ ରାଜଗାଦିରେ ବସିଲେ ତାଙ୍କ ଅନ୍ତେ ତା ସ୍ତ୍ରୀକୁ ସେ ଗାଦିରେ ବସେଇବ, ନହେଲେ ନିଜେ ବସିବ । ଏଇଟା ହେଉଛି ସେଇ ଜୋଇଁ ପଲଟିସି। ସେଥିପାଇଁ ବାପା ମଲାବେଳେ ଯେତେବେଳେ ଝିଅ କାନ୍ଦୁଥିଲା, ଏ ବାତେରା କ୍ୟାମେରାକୁ ଡାକୁଥିଲା । ୟାର ଲକ୍ଷ ରହିଛି ଫାର୍ମ ହାଉସ ଉପରେ । ଶାଶୁଙ୍କ ଜୀବିତ ଅବସ୍ଥାରେ ସମ୍ପତ୍ତି ସବୁ ଝିଅ ନାଁରେ କରେଇ ନେବା ଚକ୍କରରେ ଅଛି ବାତେରା ଜୋଇଁ । ନିରୀହ ସ୍ତ୍ରୀ ଆଉ ଶାଶୁକୁ ଇମୋସନାଲ ବ୍ଲାକମେଲ୍ କରି ପୁରା ପରିବାରକୁ ବର୍ବାଦ କରିଦେବ ଏ ଜୋଇଁ ।

ମୋ ଏ ଲେଖା ଦ୍ୱାରା ସେ ପରିବାରଟି ଯଦି ବଞ୍ଚିଯିବ, ମା ଓ ଭାଇ ଭଉଣୀ ଚେତି ଯିବେ, ତେବେ ଶ୍ରମ ସାର୍ଥକ ହେଲା ବୋଲି ଜାଣିବି । ସେ ବାତେରା ଜୋଇଁ ଆସିଛି, ଶଶୁର ସମ୍ପତ୍ତିକୁ କଳେବଳେ ହଡ଼ପ କରିବା ପାଇଁ । ସତରେ କଣ ଏ ଜୋଇଁ ଷଡ଼ଯନ୍ତ୍ର ସଫଳ ହେବ? ନହେଲେ ନୂଆ ନାଟକ ଲେଖା ହେବ: ଘର ଭାଙ୍ଗିଦେଲା ଲଫଙ୍ଗା ଜୋଇଁ ।

ବଡ଼ଘର ଗୁମର ଜାଣନ୍ତୁ । ସବୁରି ନାଟ ମୂଳରେ ସେ ଜ୍ୱାଇଁ। ସେ ଯୋଉ ଫିଲ୍ମ କରୁଥିଲା, କେହି ଦେଖି ନାହାନ୍ତି । ତା ରୂପ ଦେଖିବାକୁ ଅତ୍ୟନ୍ତ...

Satyajitbimal Mishra ଙ୍କ ଦ୍ୱାରା ଏହି ତାରିଖରେ ପୋଷ୍ଟ୍‌ ହୋଇଛି ଶନିବାର, ମାର୍ଚ୍ଚ 20, 2021

Share this story