ଗୋ-କରୋନା-ଗୋ ନାରା ଦେଇଥିବା ମନ୍ତ୍ରୀଙ୍କ ଦଳରେ ପାୟଲ; ମୋଦିଙ୍କୁ ପ୍ରଶଂସା

ଗୋ-କରୋନା-ଗୋ ନାରା ଦେଇଥିବା ମନ୍ତ୍ରୀଙ୍କ ଦଳରେ ପାୟଲ; ମୋଦିଙ୍କୁ ପ୍ରଶଂସା

ଓଡ଼ିଆ ଗସିପ୍ ବ୍ୟୁରୋ: ଗୋ-କରୋନା-ଗୋ ଏହି ସଂଳାପ ଆପଣ ଏବେ ବି ନିଶ୍ଚୟ ମନେ ରଖିଥିବେ । କରୋନା ଭାଇରସକୁ ନେଇ ଜନଜାଗରଣ କରିବା ଉଦେଶ୍ୟରେ ଆୟୋଜିତ ଏକ ରାଲିରେ ଏମିତି କିଛି କହି ସମାଲୋଚିତ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟିର ହାଇକମାଣ୍ଡ ରାମଦାସ ଅଠୱାଲେ । ଏବେ ଅଠୱାଲେଙ୍କ ପାର୍ଟିରେ ସାମିଲ ହୋଇଛନ୍ତି ସୁନ୍ଦରୀ ପାୟଲ ଘୋଷ । ହଁ ଇଏ ସେହି ଅଭିନେତ୍ରୀ ପାୟଲ ଘୋଷ ଯିଏ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହି ନିଆଁ ଏବେ ବି ଲିଭି ନଥିବା ବେଳେ ଏବେ ରାଜନୀତିରେ ପ୍ରବେଶ କରି ସମସ୍ତଙ୍କୁ ଚକିତ କରିଛନ୍ତି ସୁନ୍ଦରୀ ପାୟଲ । 


ଅବଶ୍ୟ ରାଜନୀତିରେ ଫିଲ୍ମ ଅଭିନେତାଙ୍କ ସାମିଲ ହେବା ରାଜନୀତି କରିବା କଥା ନୂଆ ନୁହେଁ । ଅନେକ ବଲିଉଡ଼ ତାରକା ଆସିଛନ୍ତି ଏବଂ ନିଜ ରାଜନୈତିକ ଆଶା ଆକାକ୍ଷାଂ ପୂରଣ କରିଛନ୍ତି । କିଏ ସଫଳ ତ କିଏ ପୁଣି ରାଜନୀତିରେ ତିଷ୍ଠି ପାରିନାହାନ୍ତି ।   


 

Share this story