ବିଜେପିରେ ସାମିଲ ହେଲେ ପିସିସିର ପୂର୍ବତନ ସାଧାରଣ ସଂପାଦିକା ଚିତ୍ରଲେଖା ମହାନ୍ତି ଓ କଂଗ୍ରେସ ଦଳର ଅନ୍ୟ ସଦସ୍ୟ

ବିଜେପିରେ ସାମିଲ ହେଲେ ପିସିସିର ପୂର୍ବତନ ସାଧାରଣ ସଂପାଦିକା ଚିତ୍ରଲେଖା ମହାନ୍ତି ଓ କଂଗ୍ରେସ ଦଳର ଅନ୍ୟ ସଦସ୍ୟ
ବିଜେପିରେ ସାମିଲ ହେଲେ ପିସିସିର ପୂର୍ବତନ ସାଧାରଣ ସଂପାଦିକା ଚିତ୍ରଲେଖା ମହାନ୍ତି ଓ କଂଗ୍ରେସ ଦଳର ଅନ୍ୟ ସଦସ୍ୟ

ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦିକା ଶ୍ରୀମତୀ ଚିତ୍ରଲେଖା ମହାନ୍ତି କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ଶ୍ରୀମତୀ ମହାନ୍ତି ଡୁନ୍ ଇଂଟରନ୍ୟାସନାଲ ସ୍କୁଲର ପୂର୍ବତନ ଅଧ୍ୟକ୍ଷା ତଥା ଜଣାଶୁଣା ଶିକ୍ଷାବିତ୍ ଶ୍ରୀମତୀ ମହାନ୍ତି ଓ କଂଗ୍ରେସ ଦଳର ଅନ୍ୟ ସଦସ୍ୟ । ଦୂରଦର୍ଶନର ଘୋଷିକା ଏବଂ ସମାଜସେବୀ ଭାବେ ମଧ୍ୟ ବେଶ୍ ପରିଚିତ ।

ବିଜେପିରେ ସାମିଲ ହେଲେ ପିସିସିର ପୂର୍ବତନ ସାଧାରଣ ସଂପାଦିକା ଚିତ୍ରଲେଖା ମହାନ୍ତି ଓ କଂଗ୍ରେସ ଦଳର ଅନ୍ୟ ସଦସ୍ୟ

ଏଥିସହ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭୁବନେଶ୍ୱର ଅଂଚଳର ଜଣାଶୁଣା ସମାଜସେବୀ ଶ୍ରୀମତୀ କୃଷ୍ଣା ବେହେରା, ଶ୍ରୀମତୀ ରଂଜିତା ପରିଡା ଏବଂ ସମାଜସେବୀ ଗଣେଶ ପରିଡା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଭୁବନେଶ୍ୱର ଛାତ୍ର କଂଗ୍ରେସ ନେତା ଜନ୍ମଜେୟ ରାଉତ (ଲିପୁ), ମିଟୁ ଶ୍ରୀଚନ୍ଦନ ରାୟ ଛାତ୍ର କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ସଦସ୍ୟଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ କରିଛନ୍ତି ।

ବିଜେପିରେ ସାମିଲ ହେଲେ ପିସିସିର ପୂର୍ବତନ ସାଧାରଣ ସଂପାଦିକା ଚିତ୍ରଲେଖା ମହାନ୍ତି ଓ କଂଗ୍ରେସ ଦଳର ଅନ୍ୟ ସଦସ୍ୟ

ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀମାନଙ୍କୁ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Share this story