ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜୟନ୍ତୀ ପାଳିତ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜୟନ୍ତୀ ପାଳିତ
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜୟନ୍ତୀ ଉତ୍ସବ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ କଂଗ୍ରେସ ଭବନ ପରିସରରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଆସାମର ସାଂସଦ ଗୌରବ ଗୋଗୋଇଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ପରେ ଇନ୍ଦିରା ଗାନ୍ଧୀ ପାର୍କ ଠାରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃବର୍ଗ ମାଲ୍ୟାର୍ପଣ କରିଥିଲେ । ସେଠାରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି କମିଟିର ସଭାପତି ସୁରେଶ କୁମାର ରାଉତରାୟ ଏବଂ ସାଧାରଣ ସଂପାଦକ ଅମୀୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବଧର୍ମ ପ୍ରାର୍ଥନା, ରାମଧୁନ୍ ଗାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜୟନ୍ତୀ ପାଳିତ

ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୋଗୋଇ ଇନ୍ଦିରାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦ, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସଂହତି ଶପଥପାଠ କରାଇଥିଲେ । ଶେଷରେ ଉପସଭାପତି ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ହେମାନନ୍ଦ ବିଶ୍ୱାଳ, ଚିରଞ୍ଜୀବ ବିଶ୍ୱାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁମିତ୍ରା ଜେନା, ଯୁଧିଷ୍ଠିର ଜେନା, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ସନ୍ଧ୍ୟା ମହାପାତ୍ର, ପଦ୍ମାକର ଗୁରୁ, ରାମକୃଷ୍ଣ ପରିଡା, ଚିନ୍ମୟ ସୁନ୍ଦର ଦାସ, ସନତ ଦାସ, ଜ୍ୟୋତିଷ ସାହୁ, ମାନସ ଆଚାର୍ଯ୍ୟ, ନରୋତମ ନାୟକ, ଜାନକୀ ମଲ୍ଲିକ, ମନୋରଞ୍ଜନ ରାଉତରାୟ, ପ୍ରକାଶ ମିଶ୍ର, ବାଙ୍କନିଧି ବେହେରା, ହଳଧର ସେଠୀ, ସଂଜୟ ତ୍ରିପାଠୀ, ତରୁଣ ମିଶ୍ର, ବିକ୍ରମ ସାହୁ, ଆଲୋକ ମହାନ୍ତି, ରାଜକିଶୋର ବାରିକ, ସଂଜୟ ମିଶ୍ର, ସଂକୁନା କହଁର, ସୂର୍ଯ୍ୟନାରାୟଣ ପଣ୍ଡା, ଦେବେନ୍ଦ୍ର ମହାନ୍ତି, ଏମ୍.ଡି. ଶାହାଦୁଲ୍ଲା, ଭାଗ୍ୟଶ୍ରୀ ପ୍ରଧାନ, ନିରୁପମା ପାତ୍ର, ମଂଟୁ ମଲିକ, ଶୁଭଶ୍ରୀ ପଣ୍ଡା, ବୃନ୍ଦାବନ ଖଟେଇ ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

Share this story