ପ୍ରାଇମ ଟାଇମ୍ ଲାଇଭ୍ ସୋରେ ତୈଳ ଦର ପ୍ରସଙ୍ଗ; ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏହି ବଡ଼ କଥା କହିଲେ ରବୀଶ କୁମାର, ଓଡ଼ିଆଙ୍କ ମୁଣ୍ଡ ଘୁରାଇବ

petroleum minister Dharmendra Pradhan insult

ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦିରେ ଏକ କାହାବତ (ଲୋକକଥା) ଅଛି ତୁ ଇଧର ଉଧର କି ବାତ୍ ନା କର , ୟେ ବତା କାଫିଲା କ୍ୟୁଁ ଲୁଟା । ଆଉ ଏବେ ଏମିତି ଏକ ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି ସୋସିଆଲ ମିଡିଆରେ । ଆଉ ଟାର୍ଗେଟରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନିଜର ନିଆରା ଉପସ୍ଥାପନା ଶୈଳୀ ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଏନଡିଟିଭିର ବରିଷ୍ଠ ସମ୍ପାଦକ –ଉପସ୍ଥାପକ ରବୀଶ କୁମାରଙ୍କ ଟାର୍ଗେଟରେ ମୋଦି ମନ୍ତ୍ରିମଣ୍ଡଳର ହାଇ ପ୍ରୋଫାଇଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ କାହିଁକି ତଲ ଦର ଶହେ ପାର୍ କଲା ତାଙ୍କୁ ନେଇ କାରଣ ଖୋଜିବାକୁ ରବୀଶ କୁମାର ନିଆରା ଢଙ୍ଗରେ ପ୍ରଶ୍ନ କରିଛନ୍ତି । ଏଥିପାଇଁ ସେ ଅନେକ ଥର ପ୍ରଧାନ-ପ୍ରଧାନ ବୋଲି ସମ୍ବୋଧନ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଫେସବୁକ୍, ୟୁଟ୍ୟୁବ ସବୁଠି ଏବେ କେବଳ ପ୍ରଧାନ ଓ ପ୍ରଧାନ ହିଁ ଚର୍ଚ୍ଚା ହେଉଛି।

ଅଧଘଣ୍ଟାର କାର୍ଯ୍ୟକ୍ରମର ଆରମ୍ଭରେ ରବୀଶ କୁହନ୍ତି ଯେ, ଭାରତ ର ପେଟ୍ରୋଲିୟମ ମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯେବେ ବି ପେଟ୍ରୋଲ ଦର ବଢ଼େ ସେବେ ହାହାକାର ଶୁଭେ । ଏହାର ବହୁତ ଦିନ ପରେ ପ୍ରଧାନଙ୍କ ବୟାନ ଆସେ । ତାଙ୍କ ବୟାନର ପାର୍ଟନ ଏମିତି ଥାଏ ଯେ, ପେଟ୍ରୋଲ ଦର ବଢ଼ିବାର ପ୍ରଧାନ କାରଣର ଜଣାପଡ଼ିନଥାଏ । କେବଳ ଏତିକି ଜଣାପଡ଼ିଥାଏ ଯେ, ଏହା ପ୍ରଧାନଙ୍କ ବୟାନ ବା ପ୍ରତିକ୍ରିୟା ।

କେଉଁ କାରଣ ପ୍ରଧାନଅଟେ ତାହା ଜଣାପଡ଼ିନଥାଏ । ଆମେ ଚିନ୍ତା କଲୁ ଯେ, ପ୍ରଧାନ କାରଣର କାରଣ ଖୋଜାଯାଉ । ଯାହା ଫଳରେ ଆପଣ ଗର୍ବ କରିପାରିବେ ଯେ, ଶହେ ଟଙ୍କାରେ ଆପଣ କାହିଁକି ପେଟ୍ରୋଲ କିଣୁଛନ୍ତି । ପ୍ରଧାନଙ୍କ ବୟାନ ଦେଖିଲେ ଏହାର କ୍ରନୋଜଲିକୁ ଦେଖିଲେ କାରଣର ପ୍ରଧାନତାବୁଝିବାରେ ସହଜ ହେବ ।

Share this story