ଓଡ଼ିଶା ବିଜେପି ନେତାଙ୍କୁ ତୁରନ୍ତ ମାନସିକ ଚିକିତ୍ସା ଯୋଗାଇ ଦେବାକୁ SCB ମେଡିକାଲକୁ ଚିଠି ଲେଖିଲା BJD 
 

odisha bjp leader needs immediate psychiatric treatment
ମାନସିକ ଚିକିତ୍ସା ପାଇଁ ଯଦି ସେମାନେ ରାଜି ନ’ହୁଅନ୍ତି, ତେବେ...
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେଡି ପକ୍ଷରୁ କଟକ ବଡ଼ ମେଡିକାଲର ମନସ୍ତାତ୍ବିକ ବିଭାଗ ମୁଖ୍ୟକୁ ଚିଠି ଲେଖାଯାଇଛି। ଚିଠିରେ ଓଡିଶା ବିଜେପି ନେତାଙ୍କୁ ତୁରନ୍ତ ମାନସିକ ରୋଗ ପାଇଁ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ଏହି ଚିଠିରେ ଓଡ଼ିଶା ବିଜେପିର ନେତା ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ସେମାନଙ୍କୁ ତୁରନ୍ତ ମାନସିକ ରୋଗ ଚିକିତ୍ସା ଆବଶ୍ୟକ ବୋଲି ବିଜେଡି ଚିଠିରେ ଦାବି କରିଛି।  

ବିଜେଡି ପକ୍ଷରୁ କଟକ ବଡ଼ ମେଡିକାଲକୁ ଦିଆଯାଇଥିବା ଚିଠିରେ ଉଳ୍ଲେଖ କରାଯାଇଛି ଯେ‘ ଏକ ଦାୟିତ୍ବ ସମ୍ପନ୍ନ ରାଜନୈତିକ ଦଳ ଭାବେ, ଆମ ପ୍ରତିପକ୍ଷ ଓଡିଶା ବିଜେପିର କିଛି ନେତାଙ୍କ ମାନସିକ ସ୍ଥିତି ଦେଖି ଆମେ ଗଭୀର ଭାବେ ଚିନ୍ତିତ । ଆମକୁ ଭାରି ଦୟା ଲାଗୁଛି । ୨୦୨୪ ନିର୍ବାଚନରେ ବିଜେପି  ବହୁତ ଖରାପ ଭାବେ ହାରିବାକୁ ଯାଉଥିବାରୁ, ସେମାନଙ୍କ ନେତାମାନେ ନିଜ ମାନସିକ ଭାରସାମ୍ୟ ହରାଇ ପ୍ରତିଦିନ ବାଚଳାମି କରୁଛନ୍ତି । ଏସବୁ ଦେଖିବା ଭାରି କଷ୍ଟଦାୟକ ।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ଏଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ ଓ ସମୀର ମହାନ୍ତିଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲର ମନସ୍ତାତ୍ବିକ ବିଭାଗରେ ଭର୍ତ୍ତି କରାଯିବା ଉଚିତ। ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ମେଡିଳାଲ ବୋର୍ଡ ଗଠନ କରି ନେତା ମାନଙ୍କର ଆବଶ୍ୟକୀୟ ମାନସିକ ରୋଗ ଚିକିତ୍ସା ବ୍ୟବସ୍ଥା କରାଯାଉ । 

BJD

ଯଦି ସେମାନେ ଏଥିରେ ରାଜି ନ’ହୁଅନ୍ତି, ତେବେ ସେମାନଙ୍କୁ ବୁଝାସୁଝା କରି ହସ୍ପିଟାଲ ଆଣିବାର ଦାୟିତ୍ବ ନେବାକୁ ଏକ କାଉନସେଲିଂ ଟିମ୍‌କୁ ପ୍ରଦାନ କରାଯାଉ । ଓଡିଶା ବିଜେପି ନେତା ସେମାନଙ୍କ ମାନସିକ ସନ୍ତୁଳନ ବଜାୟ ରଖନ୍ତୁ, ଏହାହିଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ବିଜେଡି ନିଜ ଚିଠିରେ ଉଳ୍ଲେଖ କରିଛି।

ଅଧିକ ପଢନ୍ତୁ : ଜୁନ୍ ମାସରେ ବଦଳିବ ୩ ରାଶିର ଭାଗ୍ୟ, ଏମାନଙ୍କ ଉପରେ ପଡିବ ବଡ଼ ପ୍ରଭାବ!
 

Share this story