ହାତରେ ଆଉ ବଳ ନାହିଁ?

‘ହାତ’ରେ ଆଉ ବଳ ନାହିଁ?

ଓଡ଼ିଆ ଗସିପ୍ ବ୍ୟୁରୋ: ଗୋଟିଏ ପରେ ଗୋଟିଏ ନିର୍ବାଚନରେ ହାର୍ ର ସମ୍ମୁଖିନ କରୁଥିବା ହାତର ବଳ କମିଛି । କମର କସିବାକୁ ମଧ୍ୟ ଆଉ କଂଗ୍ରେସ ପାଖରେ ଜୁ ନାହିଁ । ଏବେ ପୁଣି ମୁଣ୍ଡ ଉପରେ ଆସାମ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ । କେରଳ ଓ ପୁଡୁଚେରୀ ବି କଂଗ୍ରେସ ପାଇଁ ବେଶ୍ ମାଇନା ରଖେ । ଏଭଳି ସମୟରେ କିନ୍ତୁ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବେଶ୍ ଚିନ୍ତାଜନକ ।

ଗତ ୫ ବର୍ଷରେ ୧୭୦ ବିଧାୟକ ହରାଇଲାଣି କଂଗ୍ରେସ । ୨୦୧୬ରୁ ୨୦୨୦ ମଧ୍ୟରେ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସର ୧୭୦ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ତେବେ ଏହି ସମୟ ମଧ୍ୟରେ ବିଜେପିର କେବଳ ୧୮ ଜଣ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥି‌ଲେ। ଏଡିଆର ରିପୋର୍ଟରୁ ଏହା ଜଣାପଡ଼ିଛି ।

୨୦୧୬ରୁ ୨୦୨୦ ମଧ୍ୟରେ କଂଗ୍ରେସ ଛାଡିଛନ୍ତି ୧୭୦ ଜଣ ବିଧାୟକ

ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ପୂର୍ବରୁ ଏମାନେ ଅନ୍ୟ ଦଳରେ ଯୋଗ ଦେଇଛନ୍ତି

ଫଳରେ ମଧ୍ୟପ୍ରଦେଶ, ମଣିପୁର, ଗୋଆ, ଅରୁଣାଚଳ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଥିଲା

ସେହିପରି କର୍ଣ୍ଣାଟକରେ ମଧ୍ୟ କଂଗ୍ରେସ ବିଧାୟକଙ୍କ ଦଳ ବଦଳ ଯୋଗୁଁ ସରକାର ଭାଙ୍ଗିଛି

ତେବେ ଏହି ସମୟ ମଧ୍ୟରେ ବିଜେପିର କେବଳ ୧୮ ଜଣ ବିଧାୟକ ଦଳ ଛାଡିଥିବା ଜଣାପଡିଛି

୨୦୧୯ ଲୋକସଭା ନିର୍ବାଚନ ବେଳେ ୫ ଲୋକସଭା ସାଂସଦ ବିଜେପି ଛାଡି ଅନ୍ୟ ଦଳକୁ ଯାଇଥିଲେ

ସେହି ସମୟରେ କଂଗ୍ରେସ ୭ ରାଜ୍ୟସଭା ସାଂସଦ ମଧ୍ୟ ଅନ୍ୟ ଦଳରେ ଯୋଗ ଦେଇଥିଲେ

୨୦୧୬ରୁ ୨୦୨୦ ମଧ୍ୟରେ ପୁନଃ ପ୍ରତିଦ୍ୱିନ୍ଦ୍ୱିତା କରିଥିବା ୪୦୫ ବିଧାୟକଙ୍କ ଭିତରୁ ୧୮୨ ଜଣ ବିଜେପିରେ ଯୋଗ ଦେଇଥିଲେ

Share this story