ଓଡ଼ିଶାରେ ବିଜେଡି ସହ ମେଣ୍ଟ ହେବ ନାହିଁ: ଅର୍ଜୁନ ମୁଣ୍ଡା

our party will fight election single handedly in odisha

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ ପରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ଚର୍ଚ୍ଚା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ସେ କହିଛନ୍ତି ଓଡ଼ିଶାରେ ବିଜେଡି ସହ କୌଣସି ମେଣ୍ଟ ହେବ ନାହିଁ । ରାଜ୍ୟରେ ଆମର ସ୍ଥିତି ଭଲ ଅଛି ।

ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ । କେନ୍ଦ୍ର ସରକାର ସବୁବେଳେ ଚାହିଁଛନ୍ତି ସବୁ ରାଜ୍ୟ ସହ ମିଶି କାମ କରିବାକୁ ଏବଂ ସବୁ ରାଜ୍ୟର ବିକାଶ ହେଉ । ଏହା ସରକାରଙ୍କର କାମ । ସଙ୍ଗଠନର କାମ ଅଲଗା । ସଙ୍ଗଠନ ନିଜ ଢଙ୍ଗରେ ନିର୍ବାଚନ ଲଢେ ଏବଂ ରଣନୀତି କରେ । ସଙ୍ଗଠନ କେବେ ସରକାର ଜରିଆରେ ରଣନୀତି କରେ ନାହିଁ । ତେଣୁ ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣିସି କଥା ନାହିଁ ବୋଲି କହିଛନ୍ତି ଆଦିବ୍ୟାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ।

ସେପଟେ ମେଣ୍ଟ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନା ଖାଁ । ସଂଘୀୟ ବ୍ୟବସ୍ଥାରେ ଆମେ କେନ୍ଦ୍ର ସରକାରଙ୍କୁ ଅନେକ ସମୟରେ ସମର୍ଥନ କରିଛୁ ଏବଂ ବିରୋଧ ମଧ୍ୟ କରିଛୁ । ୨୦୦୯ ରୁ ଏକଟିଆ ଲଢି ଆସୁଛି ଏବଂ ୨୪ ନିର୍ବାଚନ ମଧ୍ୟ ଏକୁଟିଆ ଲଢିବୁ ବୋଲି କହିଛନ୍ତି ସାଂସଦ ।

Share this story