ଭୋଟ ଦେଲେ ନବୀନ
Apr 23, 2019, 10:33 IST


ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆଜି ସକାଳ ୭ଟାରେ ଆରମ୍ଭ ହୋଇଛି । ଓଡ଼ିଶାରେ ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପ୍ରାର୍ଥୀ ଚୟନ ପାଇଁ ଭୋଟ ଗ୍ରହଣ ହେଉଛି । ତେବେ ଆଜି ସକାଳୁ ନତାମାନଙ୍କ ମଧ୍ୟରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମତଦାନ ସାବ୍ୟସ୍ତ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ଭୋଟ ଦେବା ପାଇଁ ସକାଳ ୯.୨୦ରେ ଏରୋଡ୍ରମ କଲୋନୀ ୟୁପି ସ୍କୁଲର ବୁଥ ନମ୍ବର-୧୧୨ରେ ପହଂଚିଥିଲେ । ଭୋଟ ଦେବା ପରେ ସେ ସେଠାରୁ ୯.୩୫ରେ ନବୀନ ନିବାସ ବାହାରି ଯାଇଥିଲେ ।
ନିଜ ଟ୍ୱିଟର ଆକାଉଣ୍ଟରେ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି ଯେ, “ସେ ଭୋଟ ଦେଇ ବହୁତ ଖୁସି ଅଛନ୍ତି । ଗଣତନ୍ତ୍ରର ଏହି ବିଶାଳ ପର୍ବରେ ଭାଗ ନେଇ ସେ ନିଜକୁ ବହୁତ ସୌଭାଗ୍ୟ ମନେ କରୁଛନ୍ତି ।”