ନିର୍ବାଚନୀ ହିଂସା: ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କାର ଉପରକୁ ବୋମାମାଡ଼, ଦେଖନ୍ତୁ ଭିଡ଼ିଓ

ନିର୍ବାଚନୀ ହିଂସା: ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କାର ଉପରକୁ ବୋମାମାଡ଼, ଦେଖନ୍ତୁ ଭିଡ଼ିଓ
ନିର୍ବାଚନୀ ହିଂସା: ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କାର ଉପରକୁ ବୋମାମାଡ଼, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର: ମତଦାନ ତାରିଖ ପୂର୍ବରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଗାଡି ଉପରକୁ ବୋମା ମାଡ଼ ହେବାର କେଇ ଘଣ୍ଟା ନବିତୁଣୁ ଦୁର୍ବୁତ୍ତମାନେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଗାଡି ଉପରକୁ ବୋମା ମାଡ଼ କରିଛନ୍ତି । ଫଳରେ ଅନନ୍ତଙ୍କ ମୁଣ୍ଡ ଏବଂ ହାତିରେ ଆଘାତ ଲାଗିଛି । ଏହି ଘଟଣାରେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ସମର୍ଥକ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଝାରପଡା କେନାଲ ରୋଡ଼ରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଅନନ୍ତ ତାଙ୍କର ଜଣେ ସହଯୋଗୀଙ୍କ ସହ ମାରୁତି ୮୦୦ କାର ଚଲାଇ ଆସୁଥିବା ବେଳେ କେହି ଜଣେ ଅଜଣା ଦୁର୍ବୁତ୍ତ ଏଭଳି କାଣ୍ଡ ଭିଆଇଥିବା ଖବର ମଳିଛି । ତେବେ ରାଜନୈତିକ ଦୃଷ୍ଟିରୁ ତାଙ୍କୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଇଥିବା ପୁଲିସ ସନ୍ଦେହ କରୁଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Share this story