ଅଡୁଆରେ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ନାମରେ ଥାନାରେ ଏତଲା

ଅଡୁଆରେ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ନାମରେ ଥାନାରେ ଏତଲା
ଅଡୁଆରେ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ନାମରେ ଥାନାରେ ଏତଲା

ବିଜେଡିକୁ ଭୋଟ୍‌ ଦେଲେ ଟଙ୍କା ମିଳିବାର ପ୍ରଲୋଭନ ଦେଖାଇବାକୁ ନେଇ ଏବେ ହରଡ଼ଘଣାରେ ପଡିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀଙ୍କ ଏଭଳି ଖୁଲମଖୁଲା ଟଙ୍କା ବାଣ୍ଟିବା କଥାକୁ ନେଇ ଉଠିଛି ଏବେ ବିବାଦ। ଏନେଇ ବିଜେପି ପକ୍ଷରୁ ଏକ ଟିମ ନିର୍ବାଚନ କମିଶନଙ୍କ ନିକଟକୁ ଯାଇ ପ୍ରତାପ ଜେନାଙ୍କ ନାମରେ ଅଭିଯୋଗ କରିଛନ୍ତି ।

ଏହାସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି । କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଅଭିଯୋଗ କରିଛନ୍ତି । ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ନେଇ ଏତଲାରେ ଦର୍ଶାଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏତଲାରେ ଦାବି କରାଯାଇଛି ।

ସୂଚନାଯୋଗ୍ୟ ଗତକାଲି ସାଲେପୁରରେ ଆୟୋଜନ ସାଧାରଣ ସଭାରେ ଯୋଗଦେବା ବେଳେ ଅଧିକ ଭୋଟ ଆସିଥିବା ବିଜେଡିର ପଞ୍ଚାୟତକୁ ୩୫ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ ପ୍ରତାପ ।

Share this story