କଂଗ୍ରେସରେ ଯୋଗଦେଲେ ବହୁ ବିଜେଡି କର୍ମୀ

କଂଗ୍ରେସରେ ଯୋଗଦେଲେ ବହୁ ବିଜେଡି କର୍ମୀ
କଂଗ୍ରେସରେ ଯୋଗଦେଲେ ବହୁ ବିଜେଡି କର୍ମୀ

ଭୁବନେଶ୍ୱର: କଟକ ଜିଲ୍ଲାର ନିଆଳି ଅଂଚଳର ବିଜେଡି ନେତା ଶ୍ରୀ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ଆଜି ଶତାଧିକ ସମର୍ଥକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଏବଂ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଗ୍ରହଣ କରି ନେଇଥିଲେ ।

ନିଜ ବକ୍ତବ୍ୟରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଆପଣମାନଙ୍କର ଯୋଗଦାନ କଂଗ୍ରେସ ଦଳକୁ ଆଗାମୀ ଦିନରେ ସୁଦୃଢ଼ କରିବାରେ ସହାୟକ ହେବ । ଶ୍ରୀ ମଲ୍ଲିକ ନିଜର ବକ୍ତବ୍ୟରେ କହିଲେ ଯେ ରାଜ୍ୟରେ ଏକ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି । ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ସମର୍ଥନ ଜଣାଇ କଂଗ୍ରେସ ଦଳରେ ସମର୍ଥକମାନଙ୍କ ସହ ଯୋଗଦେଇଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ବିଭୁ ପ୍ରସାଦ ତରାଇ, ଗଣେଶ୍ୱର ବେହେରା, ସତ୍ୟପ୍ରକାଶ ନାୟକ, ମମତାଞ୍ଜଳି ବେହେରା, ଜୟନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Share this story