ତୀରଥ୍ ଙ୍କ ପରେ ମମତାଙ୍କ ପାଳି; ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ନ ହେଲେ ଚାଲିଯିବ ମୁଖ୍ୟମନ୍ତ୍ରୀ ଗାଦି

tirath-singh-is-an-excuse-but-mamata-is-the-target
ଓଡିଆ ଗସିପ୍ ବ୍ୟୁରୋ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ୍ ସିଂହ ରାଓ୍ବତ । ସରକାର ଗଠନ ହେବାର ମାତ୍ର ୪ ମାସ ମଧ୍ୟ​‌ରେ ହିଁ ଶୁକ୍ରବାର ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସତର୍କ ଘଣ୍ଟି ବାଜିଛି । ମମତା ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ନୁହନ୍ତି ।

ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ତାଙ୍କ ଦଳ ସରକାର ଗଢିବା ପାଇଁ ଦାବିଦାର ହୋଇଥିଲା । ଭାରତୀୟ ସମ୍ବିଧାନର ଧାରା ୧୬୪-ଏ ଆଧାରରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାନସଭାର ସଦସ୍ୟ ହେବା ଉଚିତ । ଯେହେତୁ ସମ୍ବିଧାନର ନିୟମ ଅନୁଯାୟୀ ଜଣେ ନିର୍ବାଚିତ ପ୍ରତିନିଧି ହିଁ ସ୍ଥାୟୀ ଭାବେ ମୁଖ୍ୟମନ୍ତ୍ରୀ ଚୌକି ଗ୍ରହଣ କରିପାରିବେ । କିନ୍ତୁ ଦିଦି ନିର୍ବାଚନରେ ପରାଜିତ ହୋଇଥିବାରୁ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାର ସଦସ୍ୟ ହେବାକୁ ପଡିବ ।

ଯଦି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତଙ୍କ କଥା କହିବାକୁ ଯିବା ତେବେ ସେ  ଉତ୍ତରାଖଣ୍ଡ ବିଧାନସଭାର ସଦସ୍ୟ ନୁହଁନ୍ତି । ଭାରତୀୟ ସମ୍ବିଧାନର ଧାରା ୧୬୪-ଏ ଆଧାରରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାନସଭାର ସଦସ୍ୟ ହେବା ଉଚିତ । କିନ୍ତୁ ଧାରା ୧୫୧ ଆଧାରରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଏକ ବର୍ଷରୁ କମ ସମୟ ଥାଏ ତେବେ ସେଠା​‌ରେ ଉପ-ନିର୍ବାଚନ ହୋଇପାରିବ ନାହିଁ । ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ତୀରଥ୍ ସିଂହ ରାଓ୍ବତ ଇସ୍ତଫା ଦେଇଛନ୍ତି ।

ତେବେ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚୌକି ଟଳମଳ ହେବାକୁ ଲାଗିଲାଣି । କାରଣ ଦେଶରେ କରୋନା ସଂକ୍ରମଣ ଏବେ ମଧ୍ୟ ଜାରି ରହିଛି । ପଶ୍ଚିମବଙ୍ଗରେ ମଧ୍ୟ ସମାନ ପରିସ୍ଥିତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶପଥ ନେବାର ଏହାରି ମଧ୍ୟରେ ୨ ମାସ ହୋଇଗଲାଣି । ତେଣୁ ବିଧାନସଭାକୁ ନିର୍ବାଚିତ ହେବାକୁ ତାଙ୍କ ନିକଟରେ ଆଉ ମାତ୍ର ୪ ମାସ ସମୟ ରହିଛି । ତେବେ ଯଦି କରୋନା ସଂକ୍ରମଣ ଯୋଗୁଁ ପଶ୍ଚିମବଙ୍ଗ​‌ରେ ଉପ ନିର୍ବାଚନ ନହୁଏ ତେବେ ଦିଦିଙ୍କ ଆସନ ଯିବା ଥୟ । ପଶ୍ଚିମବଙ୍ଗରେ ସାମ୍ବିଧାନିକ ସଙ୍କଟ ଉପୁଜିବା ପରିସ୍ଥିତି ସୃଷ୍ଟି ହେବ ।

ଯେହେତୁ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବ୍ୟକ୍ତି ୬ ମାସ ଯାଏଁ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ପଦରେ ରହିପାରିବେ । ଯାହାକି ସମ୍ବିଧାନର ଧାରା ୧୬୪-ଏ ରେ ଉଲ୍ଲେଖ୍ୟ ରହିଛି । ତେଣୁ ଆଉ କିଛି ମାସ ମଧ୍ୟରେ ଯଦି ପଶ୍ଚିମବଙ୍ଗରେ ଉପ ନିର୍ବାଚନ ନହୁଏ ତେବେ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡିବାକୁ ପଡିବ । ଚଳିତ ବର୍ଷ ମେ ୪ ତାରିଖରେ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମମତା ବାନାର୍ଜୀ । 

Share this story