ଥଣ୍ଡା ଥଣ୍ଡା କୁଲ୍ କୁଲ୍ କହି ଭୋଟ ମାଗିଲେ ମମତା

ଥଣ୍ଡା ଥଣ୍ଡା କୁଲ୍ କୁଲ୍ କହି ଭୋଟ ମାଗିଲେ ମମତା

ଓଡ଼ିଆ ଗସିପ୍ ବ୍ୟୁରୋ: ବଙ୍ଗବାସୀଙ୍କୁ ମୁଣ୍ଡ ଥଣ୍ଡା ରଖିବାକୁ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ଏପ୍ରିଲ ୧ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମମତା ଆଜି ନନ୍ଦିଗ୍ରାମରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ଅବସରରେ ଏହି ଭଳି ଢଙ୍ଗରେ ପ୍ରଚାର କରିଛନ୍ତି । କଣ କହିଛନ୍ତି ପ୍ରଥମେ ଏହି ଟ୍ବିଟ୍ ଭିଡିଓ ଦେଖନ୍ତୁ....


ଦ୍ୱିତୀୟ ପଯର୍ୟାୟରେ ପଶ୍ଚିମବଙ୍ଗ ବିଧାନସଭାର ୩୦ ଆସନ ପାଇଁ  ମତଦାନ ହେବ । ଏପ୍ରିଲ ୧ରେ ହେବାକୁ ଥିବା ଏହି ପଯର୍ୟାୟ ଉଭୟ ବିଜେପି ଏବଂ ଟିଏମ୍ସି ପାଇଁ ଚ୍ୟାଲେଞ୍ଜ ରହିବ । ଏହା ସହ କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି ନିର୍ବାଚନ ଆୟୋଗ ।

ସେପଟେ ବଙ୍ଗ ଦଖଲ ପାଇଁ ବିଶାଳ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ନନ୍ଦିଗ୍ରାମରେ ଆଜି  ରାଲି କରି  ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଶାହଙ୍କ ଏହି ବିଶାଳ ରାଲିରେ ବିପୁଳ ମାତ୍ରାରେ ଲୋକେ ଯୋଗଦେଇଥିଲେ। ଏହି ଆସନରେ ମମତା ବନା ଶୁଭେନ୍ଦୁ ଟକ୍କର ଦେଖିବାକୁ ମିଳୁଛି । 

Share this story