ନେତାଙ୍କ ଟାର୍ଗେଟରେ ଅଧିକାରୀ, ଅଡୁଆରେ ମହାରଥୀ

ନେତାଙ୍କ ଟାର୍ଗେଟରେ ଅଧିକାରୀ, ଅଡୁଆରେ ମହାରଥୀ
ନେତାଙ୍କ ଟାର୍ଗେଟରେ ଅଧିକାରୀ, ଅଡୁଆରେ ମହାରଥୀ

ଭୁବନେଶ୍ୱର: ଗତକାଲି ଆମେ ରାଜ୍ୟର ବିଭିନ୍ନ ସ୍ଥାନରେ ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ପ୍ରକାଶ କରିଥିଲୁ । ନିର୍ବାଚନୀ ମଇଦାନରେ ଥିବା ପ୍ରାର୍ଥୀଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଆକ୍ରମଣ ହୋଇଥିବା କଥା ଆମେ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ହିସାବରେ ପ୍ରକାଶ କରିଥିଲୁ । ଆଉ ଆଜି ମଧ୍ୟ ଏଥିରେ ବ୍ୟତିକ୍ରମ ହୋଇନାହିଁ ।

ଆଜି ଭୋରରୁ ଆସିଥିବା ଏକ ଖବର ନେତାଙ୍କ କାର୍ଯ୍ୟଶୈଳୀ ଉପରେ ବହୁତ ବଡ଼ ପ୍ରଶ୍ନବାଚୀଟିଏ ସୃଷ୍ଟି କରିଛି । ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରୟାସକୁ କିଛି ମୁଷ୍ଟିମେୟ ରାଜନେତା ସଫଳ କରାଇଦେବାକୁ ଚାହୁଁନଥିବା ଅଭିଯୋଗ ହୋଇଛି । ଆଉ ଏହି ଅଭିଯୋଗ ଖୋଦ୍ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ତଥା ପିପିଲି ଶାସକ ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ନାଁରେ ଆସିଛି ।

ଅଭିଯୋଗ ହୋଇଛି ଯେ, ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢ଼ାଉ କରିବାକୁ ଯାଇଥିଲା । ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଛନ୍ତି । ପୁରୀ ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share this story