ପଞ୍ଜାବୀ ପରିବାରର ଝିଅ ଶୀଲା କିପରି ପାଲଟିଲେ ଦୀକ୍ଷିତ ପରିବାରର ବୋହୂ, ଜାଣନ୍ତୁ ତାଙ୍କର ନିଆରା ପ୍ରେମକାହାଣୀ

ପଞ୍ଜାବୀ ପରିବାରର ଝିଅ ଶୀଲା କିପରି ପାଲଟିଲେ ଦୀକ୍ଷିତ ପରିବାରର ବୋହୂ, ଜାଣନ୍ତୁ ତାଙ୍କର ନିଆରା ପ୍ରେମକାହାଣୀ
ପଞ୍ଜାବୀ ପରିବାରର ଝିଅ ଶୀଲା କିପରି ପାଲଟିଲେ ଦୀକ୍ଷିତ ପରିବାରର ବୋହୂ, ଜାଣନ୍ତୁ ତାଙ୍କର ନିଆରା ପ୍ରେମକାହାଣୀ

ଦିଲ୍ଲୀର ୩ ଥର ମୁଖ୍ୟମନ୍ତ୍ରୀ ଏବଂ କେରଳର ରାଜ୍ୟପାଳ ରହିସାରିଥିବା ରାଜନୀତି ଜଗତର ଆଇରନ ଲେଡି ଶୀଲା ଦୀକ୍ଷିତଙ୍କର ଗତକାଲି ୮୧ ବର୍ଷରେ ପରଲୋକ ହୋଇଛି । ଶୀଲାଙ୍କ ରାଜନୈତିକ କ୍ୟାରିୟ ଏବଂ ଜୀବନର କାହାଣୀ ଖୁବ୍ ରୋଚକ ରହିଛି । ଦିଲ୍ଲୀର କାୟାକଳ୍ପ ବଦଳାଇ ମର୍ଡନ କରିଥିବା ଶୀଲା ତାଙ୍କର କାର୍ଯ୍ୟକାଳରେ ଏଭଳି ଅନେକ କାମ କରିଛନ୍ତି ଯେଉଁଥିପାଇଁ ନିଜ ଦଳ କଂଗ୍ରେସ ସହିତ ବିରୋଧୀ ଦଳ ମଧ୍ୟ ଖୁବ୍ ପ୍ରଶଂସା କରୁଥିଲେ ।

୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତ ୨୦୧୪ରେ କେରଳର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । ୨୦୧୯ରେ ଲୋକସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ । ତାଙ୍କର ମୃତ୍ୟୁ କଂଗ୍ରେସ ପାଇଁ ବଡ କ୍ଷତି । କେବଳ କଂଗ୍ରେସ ନୁହେଁ ଅନ୍ୟ ଦଳରେ ଶୋକ ଖେଳାଇ ଦେଇଛି । ତେବେ ଶୀଲାଙ୍କ ରାଜନୈତିକ ଜୀବନ ତ ଆମେ ଜାଣୁ । କିନ୍ତୁ ତାଙ୍କ ପ୍ରେମ କାହାଣୀ ମଧ୍ୟ ଥିଲା ବେଶ୍ ନିଆରା l

ଗତବର୍ଷ ଫେବୃଆରୀରେ ଶୀଲା ଦୀକ୍ଷିତଙ୍କ ପୁସ୍ତକ ‘ସିଟିଜେନ୍ ଦିଲ୍ଲୀ: ମାଇଁ ଟାଇମ୍ସ, ମାଇଁ ଲାଇଫ୍’ ରିଲିଜ ହୋଇଥିଲା । ଯେଉଁଥିରେ ସେ ତାଙ୍କ ଜୀବନର ବହୁ ଅଜଣା କଥା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏକ ପଞ୍ଜବୀ ପରିବାରରେ ଜନ୍ମିତ ଶୀଲା କିଭଳି ଦୀକ୍ଷିତ ପରିବାରର ବୋହୁ ପାଲଟିଥିଲେ ତାହା ଏହି ବହିଲେ ଲେଖା ଅଛି । ଏହାସହ ତାଙ୍କର ଜୀବନର ପ୍ରଥମ ଓ ଶେଷ ପ୍ରେମକାହାଣୀର ରୋମାଞ୍ଚଭରା ଅନୁଭୂତି ସେ ଏଥିରେ ଉଲ୍ଲେଖ କରିଛନ୍ତି ।

ଶୀଲା ଦୀକ୍ଷିତଙ୍କ ଜନ୍ମ ପଞ୍ଜାବର କପୁରଥଲାରେ ହୋଇଥିଲ, କିନ୍ତୁ ସେ ନିଜର ଶିକ୍ଷାଗ୍ରହଣ ଦିଲ୍ଲୀରୁ କରିଥିଲେ । ପଞ୍ଜାବୀ ପରିବାରରେ ଜନ୍ମିତ ଶିଲା ଦିଲ୍ଲୀ ୟୁନିଭର୍ସିଟିର ମିରାଣ୍ଡା ହାଉସ କଲେଜରେ ଗ୍ରାଜୁଏସନ୍ ପାଇଁ ଆଡମିଶନ୍ କରିଥିଲେ । ଯେଉଁଠି ତାଙ୍କର ସାକ୍ଷାତ ଉତ୍ତରପ୍ରଦେଶର ଉନ୍ନାଓରେ ରହୁଥିବା ବିନୋଦ ଦୀକ୍ଷିତଙ୍କ ସହିତ ହୋଇଥିଲା । ବିନୋଦ କଂଗ୍ରେସର ଲୋକପ୍ରିୟ ନେତା ଉମାଶଙ୍କର ଦୀକ୍ଷିତଙ୍କ ଏକମାତ୍ର ପୁଅ ଥିଲେ । ଦୁହିଁଙ୍କ ଭିତରେ ବନ୍ଧୁତ୍ବ ହୋଇଥିଲା ଓ ୪ ବର୍ଷର ବନ୍ଧୁତ୍ବ ପରେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ । ତେବେ ତାଙ୍କ ଏହି ପ୍ରେମକାହାଣୀର ଏକ ସୁନ୍ଦର ଘଟଣା ଶୀଲା ତାଙ୍କ ବହିରେ ଉଲ୍ଳେଖ କରିଛନ୍ତି ।

ତାହା ହେଲା ଦିନେ ଏକାଠି ବସରେ ଏକାଠି ଯାଉଥିବା ବେଳେ ଶୀଲାଙ୍କୁ ବିନୋଦ ଡିଟିସିର ବସରେ କରିଥିଲେ ପ୍ରଥମ ଥର ପାଇଁ ପ୍ରେମ ନିବେଦନ । ଯାହାକୁ ଶୀଲା ମଧ୍ୟ କାଳ ବିଳମ୍ବ ନକରି ସ୍ବୀକାର କରିନେଇଥିଲେ । ତେବେ ଦୁହିଁଙ୍କୁ ବିବାହ କରିବାକୁ ୨ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ଶୀଲା ତାଙ୍କର ଲଭ ଷ୍ଟୋରୀ ସମ୍ପର୍କରେ ଆହୁରି ବର୍ଣ୍ଣନା କରି ଲେଖିଥିଲେ ଯେ, ଇତିହାସ ପଢିବା ବେଳେ ମୋର ସାକ୍ଷାତ ବିନୋଦଙ୍କ ସହ ହୁଏ । ମୋ କ୍ଲାସରେ ୨୦ ଜଣ ଛାତ୍ରଙ୍କ ଠାରୁ ବିନୋଦ ବେଶ୍ ଅଲଗା ଥିଲେ । ପ୍ରାୟ ୬ ଫୁଟ୍ ଉଚ୍ଚତାର ବିନୋଦ କଲେଜରେ ଜଣେ ଭଲ କ୍ରିକେଟର ଥିବା ସହ ସାଙ୍ଗମାନଙ୍କ ଭିତରେ ମଧ୍ୟ ଖୁବ୍ ଲୋକପ୍ରିୟ ଥିଲେ ।

ତେବେ ଏହି ପ୍ରେମକାହାଣୀର ଆରମ୍ଭ ହୋଇଥିଲା ଏକ ବିବାଦରୁ । ନିଜ ନିଜ ବନ୍ଧୁଙ୍କର ପ୍ରେମ ସମ୍ପର୍କରୁ ଝଗଡା ଦୁରାଇବାକୁ ମଧ୍ୟସ୍ଥି ସାଜିଥିଲେ । କିନ୍ତୁ ପରେ ବିନୋଦ ଏବଂ ଶୀଲା ପରସ୍ପରକୁ ଭଲ ପାଇ ବସିଥିଲେ । ଶୀଲାଙ୍କ ସ୍ବାମୀ ବିନୋଦ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଫିସର ଥିଲେ । ୧୯୮୨ରେ ଟ୍ରେନରେ ଯାତ୍ରା କରିବା ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା ।

Share this story