ଉଡୁଥିଲେ ଖସିଗଲେ: କଳ୍ପତରୁଙ୍କ ପତ୍ତା କାଟିଦେଲେ ହାଇକମାଣ୍ଡ

ଉଡୁଥିଲେ ଖସିଗଲେ: କଳ୍ପତରୁଙ୍କ ପତ୍ତା କାଟିଦେଲେ ହାଇକମାଣ୍ଡ
ଉଡୁଥିଲେ ଖସିଗଲେ: କଳ୍ପତରୁଙ୍କ ପତ୍ତା କାଟିଦେଲେ ହାଇକମାଣ୍ଡ

ଓଡ଼ିଆ ଗସିପ୍ ବ୍ୟୁରୋ: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଯୁବ ନେତା କଳ୍ପତରୁ ଓଝା । ସେ ଦଳର ନେତୃତ୍ୱ ଓ ଚୟନ ସଠିକ୍ ଢଙ୍ଗରେ ହୋଇନଥିବା ଅଭିଯୋଗ ଆଣିଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଇ ଅନଭିଜ୍ଞ ଲୋକଙ୍କୁ ଦାୟିତ୍ବ ଦିଆଯାଉଥିବା ଅଭିଯୋଗ ବି ଆଣିଥିଲେ କଳ୍ପତରୁ। କଳ୍ପତରୁଙ୍କ ବହିଷ୍କାର  ଦଳରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି।

ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । କଳ୍ପତରୁ ଓଝାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ବହିଷ୍କାର କରିଛନ୍ତି ବୋଲି କୁହାଯାଇଛି ।

ସୂଚନା ଥାଉ କି ବିଜେଡିର ଛାତ୍ର ଓ ଯୁବ ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା ପରେ ଛାତ୍ର ଓ ଯୁବ ବିଜେଡିରେ ବିଦ୍ରୋହ ଦେଖାଦେଇଥିଲା। ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଆଜି ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଓଝା ଇସ୍ତଫା ଦେଇଛନ୍ତି।  ସେ ବାରମ୍ବାର ଅଭିଯୋଗ ଆଣିଛନ୍ତି ଯେ, ଦୀର୍ଘ ବର୍ଷ ଧରି ଦଳ ପାଇଁ କାମ କରୁଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଛି ।

Share this story