ସଭାମଞ୍ଚରେ ଜୟ ଶ୍ରୀରାମ କହିବେ ସିରିୟଲର ରାମ ଅବତାରୀ ଅରୁଣ

ସଭାମଞ୍ଚରେ ଜୟ ଶ୍ରୀରାମ କହିବେ ସିରିୟଲର ରାମ ଅବତାରୀ ଅରୁଣ

ଓଡ଼ିଆ ଗସିପ୍ ବ୍ୟୁରୋ: ଗାଁଠୁ ସହର ଓ ନଗରଠୁ ମହାନଗର ବୁଲିବେ ରାମାୟଣର ରାମ ଅରୁଣ ଗୋଭିଲ୍ । ଭାରତୀୟ ଜନତା ପାର୍ଟି - ବିଜେପିର ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଦ୍ୱାର ଦ୍ୱାର ବୁଲି ପ୍ରଚାର କରିବେ ଆଉ ଭୋଟ୍ ମାଗିବେ । କାହିଁକିନା ଏବେ ବିଜେପି ଶିବିବରରେ ନିଜ ଉପସ୍ଥିତି ଜାହିର କରିଛନ୍ତି ଶ୍ରୀରାମ ରଚିତ୍ରରେ ଘରେ ଘରେ ପରିଚିତ ଏବଂ ଦିନେ ଭଗବାନଙ୍କ ଅବତାର ଭଳି ଜନମାନସରେ ଥିବା ଏବଂ ଏବେ ବି ରହିଥିବା ଅଭିନେତା ଅରୁଣ ଗୋଭିଲ୍ । କାହିଁକିନା ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ଦଳକୁ ବଳ ଦେଇଛନ୍ତି ସେ, ଏଣିକି ବିଜେପିର ସବୁ ଜନସଭାକୁ ସମ୍ବୋଧିତ କରିବେ ଏବଂ ନାରା ଦେବେ ଜୟ ଶ୍ରୀରାମ ।


 

ଯାହାଙ୍କୁ ଦେଖିଲେ ଦିନେ ଲୋକେ  ଜୟ ଶ୍ରୀରାମ ନାରା ଦେଉଥିଲେ ଏଣିକି ସେ ରାଜନେତାଙ୍କ ପାଇଁ ଅଭିନେତାରୁ ନେତା ପାଲଟି ରାଜନୈତିକ ବୟାନ ବାଜି କରିବେ ଆଉ ଜୟ ଶ୍ରୀରାମ ନାରା ଦେବେ ।

ଶ୍ରୀରାମଙ୍କ ଅବତାରରେ ଅରୁଣ ଗୋଭିଲ୍ ଙ୍କୁ ପାଇଁ ବିଜେପି ନିଶ୍ଚୟ ସମୃଦ୍ଧ ଓ ସଶକ୍ତ ହେବ ଏଥିରେ ପ୍ରଶ୍ନ ଉଠୁନାହିଁ । ସବୁ ପରେ ବି ଅନ୍ଯ ସଫଳ ତାରକାଙ୍କ ଭଳି ବିଜେପି ଶିବିରରେ ଅରୁଣ ନିଜ ପାଇଁ ଗାଦିଟିଏ ସଂରକ୍ଷିତ ରଖିପାରୁଛନ୍ତି କି ନାହିଁ ତାହା ଦେଖିବାର କଥା ।

ଅରୁଣ ଗୋଭିଲ୍ ବିଜେପିରେ ମିଶିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା। ତେବେ ସେ ଚର୍ଚ୍ଚାରେ ନିଜେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଗୋଭିଲ। ରାଜନୀତିକୁ ଆସିବା ପୂର୍ବରୁ ଇଚ୍ଛୁକ ନଥିଲେ, ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହେଉଥିବା ବିକାଶକୁ ଦୃଷ୍ଟି ରଖି ସେ ବିଜେପି ପ୍ରତି ଆକର୍ଷତି ହୋଇଥିବା କହିଛନ୍ତି। ଏପଟେ ବିଜେପି ପକ୍ଷରୁ ଗୋଭିଲଙ୍କୁ ମଧ୍ୟ ଜୋରଦାର ସ୍ୱାଗତ କରାଯାଇଛି।

Share this story