ଜୟ ଶ୍ରୀରାମ ଡାକ ଦେଲା ବିଜେପି; ଭକ୍ତଙ୍କ କଥା ମାନି ପଦ୍ମ ଧରିଲେ ରାମାୟଣର ରାମ

ଜୟ ଶ୍ରୀରାମ ଡାକ ଦେଲା ବିଜେପି; ଭକ୍ତଙ୍କ କଥା ମାନି ପଦ୍ମ ଧରିଲେ ରାମାୟଣର ରାମ

ଓଡ଼ିଆ ଗସିପ୍ ବ୍ୟୁରୋ: ପଶ୍ଚିବଙ୍ଗରେ ଜୟ ଶ୍ରୀରାମ ଧ୍ୱନି ଦେଇ ମମତାଙ୍କୁ ବିବ୍ରତ, ବ୍ୟତିବ୍ୟସ୍ତ କରୁଥିବା ବିଜେପି ଶିବିରରେ ସାମିଲ ହୋଇଛନ୍ତି ରାମାନନ୍ଦ ସାଗରଙ୍କ ରାମାୟରଣ ରାମ । ଆଜି(ଗୁରୁବାର-18 ମାର୍ଚ୍ଚ) ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନତା ପାର୍ଟି ମୁଖ୍ୟାଳୟରେ ବରିଷ୍ଠ ବିଜେପି ନେତା ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରି ନିଜକୁ ଗେରୁଆ ରଙ୍ଗରେ ରଙ୍ଗିନ ହୋଇଛନ୍ତି । ଏଣିକି ବିଜେପି ପାଇଁ ସେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ଏହା ସହ ଦ୍ୱାର ଦ୍ୱାର ବୁଲି ଭୋଟ୍ ବି ମାଗିବେ ।

ଆଗକୁ ୪ଟି ରାଜ୍ୟ ଓ ପଣ୍ଡିଚେରୀରେ ବିଧାନସଭା ର୍ନିବାଚନ ଥିବାରୁ ତାଙ୍କୁ ବିଜେପି ର୍ନିବାଚନ ପ୍ରଚାରରେ ନିୟୋଜିତ କରିବାର ସମ୍ଭାବନା ରହିଛି । ବିଶେଷକରି ବିଜେପିର ହିନ୍ଦୁତ୍ୱ ରାଜନୀତି ପାଇଁ ଅରୁଣ ଗୋଭିଲଙ୍କ ଯୋଗଦାନ ବେଶ ସୁହାଇବ ବୋଲି ରାଜନେତିକ ବିଶ୍ଲେଷକ ଆକଳନ କରୁଛନ୍ତି।


 

ଅଶୀ ଦଶକର ଶେଷ ଭାଗରେ ଦୂରଦର୍ଶନରେ ପ୍ରସାରିତ ରାମାୟଣ ଧାରାବାହିକରେ ରାମ ଭୂମିକାରେ ଅଭିନୟ ତାଙ୍କୁ ଭାରତର ଘରେ ଘରେ ପରିଚିତ କରାଇଥିଲା । କେବଳ ଭାରତ ନୁହେଁ, ସାରା ବିଶ୍ୱରେ ସେ ଲୋକପ୍ରିୟ ହୋଇଯାଇଥିଲେ ।

ରାମାୟଣରେ ଅଭିନୟ କରିବା ପୂର୍ବରୁ ସେ ଲୋକପ୍ରିୟ ଧାରାବାହିକ ବିକ୍ରମ ବେତାଳରେ ରାଜା ବିକ୍ରମାଦିତ୍ୟ ଭାବେ ମଧ୍ୟ ଅଭିନୟ କରିଥିଲେ । ଏଥିସହ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସେ ନାୟକ ଭାବେ ଅଭିନୟ କରିଥିଲେ।

ଗତ ବର୍ଷ ଦେଶରେ ଲକଡାଉନ ବେଳେ ଦୂରଦର୍ଶନରେ ପୁଣି ଥରେ ରାମାୟଣ ପ୍ରସାରିତ ହୋଇ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିଲା ।

Share this story