ବଇରୀ ନୁହେଁ ମୁଁ ଉଭଣୀ; ବୁଲିଲି, ପ୍ରଚାର ବି କଲି

ବଇରୀ ନୁହେଁ ମୁଁ ଉଭଣୀ; ବୁଲିଲି, ପ୍ରଚାର ବି କଲି

ଓଡ଼ିଆ ଗସିପ୍ ବ୍ୟୁରୋ: ଶେଷରେ ଜୁନିୟର ମହାରଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓଲ୍ହାଇଲେ ଭଉଣୀ । ଘର ଘର ବୁଲିଲେ, ଭାଇକୁ ଜିତାଇ ଆଣ କହିଲେ ।

We are always there for #Pipili_Delanga..🙏 ବିଗତ ଦିନରେ ବାପାଙ୍କ ପାଇଁ ବୁଲୁଥିଲି ଏବେ ଭାଇ ପାଇଁ ବୁଲିଲା ବେଳେ ସବୁ ଲୋକଙ୍କ...

Pallavi Maharathy ଙ୍କ ଦ୍ୱାରା ଏହି ତାରିଖରେ ପୋଷ୍ଟ୍‌ ହୋଇଛି ବୁଧବାର, ଅପ୍ରେଲ 7, 2021

ପିପିଲିରେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ  ନିର୍ବାଚନ ପ୍ରଚାର ସରଗରମ ହୋଇଥିବା ବେଳେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ରୁଦ୍ରଙ୍କ ଭଉଣୀ ଓ ଭିଣୋଇ । ସବୁ ଦଳର ଷ୍ଟାର କ୍ୟାମ୍ପେନରଙ୍କ ଉପସ୍ଥିତି ନିର୍ବାଚନୀ ବାତାବରଣକୁ ସରଗରମ କରିଛି ।

ବଡ଼ କଥା ହେଉଛି ଯେଉଁ ସମୟରେ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କଥା ଉଠିଲା ସେତେବେଳେ ହିରୋ ଭିଣୋଇ ଓ ଡାକ୍ତରାଣୀ ଭଉଣୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ ଉଠିଥିଲା ଏବେ ଏସବୁର ଗସିପ ଉପରୁ ପରଦା ହଟିଛି ।

ପିପିଲିରେ ନିର୍ବାଚନ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ମହାରଥୀ ଏବଂ ଭିଣୋଇ ଅର୍ଦ୍ଧେନ୍ଦୁ । ଘର ଘର ବୁଲି ଭାଇ ରୁନ୍ଦ୍ର ପାଇଁ ଭୋଟ ମାଗିଛନ୍ତି ଦୁହେଁ । ପିପିଲି ବାସୀଙ୍କ ସହ ସାକ୍ଷାତ କରି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ପଲ୍ଲବୀ ମହାରଥୀ ।

Share this story