ହେପି ବାର୍ଥ ଡେ’ ନମ୍ବର ଓ୍ୱାନ୍ ସିଏମ୍

ହେପି ବାର୍ଥ ଡେ’ ନମ୍ବର ଓ୍ୱାନ୍ ସିଏମ୍
ହେପି ବାର୍ଥ ଡେ’ ନମ୍ବର ଓ୍ୱାନ୍ ସିଏମ୍

ଭୁବନେଶ୍ୱର: ୭୩ ବର୍ଷରେ ପାଦ ଦେଲେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନଙ୍କୁ ୭୨ ପୁରି ୭୩ ଚାଲିଲା । ୧୯୪୬ ଆଜିର ଦିନରେ ଭୂମିଷ୍ଠ ହୋଇଥିଲେ ଓଡ଼ିଆ ନଜାଣି ଥିଲେ ବି କୋଟି ଓଡ଼ିଆଙ୍କ ପ୍ରିୟ ଓ଼ଡ଼ିଆ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।

ବହୁ ଗୁଣର ଅଧିକାରୀ:

ନିଜର କାଯର୍ୟଦକ୍ଷତା, ପ୍ରବୀଣ ରାଜନେତା, ବେଷ୍ଟ ସିଏମ୍ ଭାବେ ସେ ପାଇଛନ୍ତି ଅନେକ ସମ୍ମାନ ଓ ସ୍ବିକୃତି । ୨୦୧୩ ମସିହାରେ ୟୁନାଇଟେଡ ନେସନ୍ ଆଓ୍ୱାର୍ଡ, ୨୦୧୭ରେ ବେଷ୍ଟ ଆଡମିନିଷ୍ଟ୍ରେସନ ଆଓ୍ୱାର୍ଡ, ୨୦୧୮ରେ ଆଇଡଲ ଚିଫ୍ ମିନିଷ୍ଟେର, ୨୦୧୮ରେ ଏଫଆଇଏଚ ପ୍ରେସିଡେଣ୍ଟ ଆଓ୍ୱାର୍ଡରେ ସମ୍ମାନିତ ହୋଇ ଓଡ଼ିଶାର ଟେକ ରଖିଛନ୍ତି । ଏହି ସମ୍ମାନ ଓ ସ୍ବିକୃତିକୁ ସେ ଓଡ଼ିଶାବାସୀଙ୍କୁ ଉତ୍ସର୍ଗ କରିବା ସହ ନୂଆ ଓଡ଼ିଶାର ଗଠନ ପାଇଁ ଆଗେଇ ଆସିବାକୁ ସବୁ ଓଡ଼ିଆକୁ ଆହ୍ବାନ ଦେଇଛନ୍ତି ।

ସେପଟେ କିନ୍ତୁ ଆଜି ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ । ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବରଂ ନବୀନ ନିବାସ ନଆସି ଅନାଥାଶ୍ରମ, ଭିନ୍ନକ୍ଷମଙ୍କ ପାଖକୁ ଯାଆନ୍ତୁ । ସେମାନଙ୍କ ପାଇଁ କିଛି କରନ୍ତୁ, ତାସହ ସାଥୀରେ ପିଲାଙ୍କୁ ନିଅନ୍ତୁ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ।

ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକାରେ ମୁଖ୍ଯମନ୍ତ୍ରୀଙ୍କ ପ୍ରତିକୃତ୍ତି ନିର୍ମାଣ କରିଛନ୍ତି ସୁଦର୍ଶନ । ତାସହ ହାପି ବାର୍ଥ ଡେ’ ନବୀନ ପଟ୍ଟନାୟକ ବୋଲି ବାଲିରେ ଉଲ୍ଲେଖ କରିଛନ୍ତି ବାଲୁକା ଶିଳ୍ପୀ । ଏହି ବାଲୁକା କଳାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମୁଛି ।

Share this story