ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ; ସାଇବର ଥାନାରେ ରୁଜୁ ହୋଇଥିଲା ମାମଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ; ସାଇବର ଥାନାରେ ରୁଜୁ ହୋଇଥିଲା ମାମଲା

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେଡିରୁ ବିତାଡିତ ହେବା ପରେ ଗୋପାଳପୁର ବିଧାୟକଙ୍କୁ ସତେ ଯେମିତି ଶନିଦଶା ଗୋଡ଼ାଇଛି । ନଚେତ ମିଡିଆ ଆଗରେ ମୁହଁ ଫୁଟାଣି ମାରୁଥିବା ପ୍ରଦୀପ ପାଣିଗ୍ରାହୀ ସତରେ କଣ ଏତେ ହିନସ୍ତା ହୋଇଥାନ୍ତେ ।

ଏଇ ଯେମିତି, ଆଜି ସଂଧ୍ୟାରେ ହଠାତ ଖବର ଆସିଲା ଯେ, ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ପ୍ରଦୀପଙ୍କୁ ଉଠାଇନେଲେ । ଆଉ କେହି ନୁହେଁ ଖୋଦ୍ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ହିଁ ଏକଥା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଯଦି ମୋ ସ୍ୱାମୀଙ୍କର କିଛି ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ମୋ ସ୍ୱାମୀଙ୍କର କିଛି ହେଲେ, ମୁଁ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି ବୋଲି ସୁଜାତା ଚେତାବନୀ ଦେଇଛନ୍ତି ।

ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ, ଟୁଇଟ୍ ଯୋଗେ କ୍ରାଇମବ୍ରାଞ୍ଚ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ନେଇ ଜଣାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ ସାଇବର ଥାନା କେସ୍ ନଂ-୨୬/୨୦୨୦ରେ ପଚରାଉଚରା କରାଯାଉଛି ।

Share this story