ଜୀବନ ଯୁଦ୍ଧରେ ଏକାକି ଲଢୁଛନ୍ତି ଗଞ୍ଜାମ ଟାଇଗର; ମେଡିକାଲ୍ ବେଡ୍ ରେ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ganjam tiger

ଓଡ଼ିଆ ଗସିପ୍ ବ୍ୟୁରୋ: ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ରାମକୃଷ୍ଣ ପଟ୍ଟନାୟକ ।

ଗଞ୍ଜାମ ଟାଇଗର ଭାବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ରାମକୃଷ୍ଣ ପଟ୍ଟନାୟକଙ୍କ ଅସୁସ୍ଥ ଖବର ପାଇ ତାଙ୍କୁ ମେଡିକାଲ ଯାଇ ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ରାମକୃଷ୍ଣ ପଟ୍ଟନାୟକଙ୍କ ସୁକନ୍ୟା ଅନୀତା ଶୁଭଦର୍ଶିନୀ ଉପସ୍ଥିତ ରହିଥିଲେ ।

ଗଞ୍ଜାମ ରାଜନୀତିର ଅନ୍ୟତମ ସର୍ବାଧିକ ଲୋକପ୍ରିୟ ଏବଂ ଦବଙ୍ଗ ରାଜନେତା ଥିଲେ ରାମକୃଷ୍ଣ । ବିଜୁ ଜନତା ଦଳ ହେଉ କି କଂଗ୍ରେସ ଅବା ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ର ଏହି ନେତା ବର୍ତ୍ତମାନ ଜୀବନର ଶେଷ ସମୟରେ ମେଡିକାଲ ବେଡ୍ ରେ ପଡ଼ି ଚିକିତ୍ସିତ ହେଉଛନ୍ତି ।

ରାମକୃଷ୍ଣ ପଟ୍ଟନାୟକଙ୍କୁ ମେଡିକାଲରେ ସାକ୍ଷାତ ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି । ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି

Share this story