ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ନେତା ପ୍ରଣୟ ସାହୁ

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ନେତା ପ୍ରଣୟ ସାହୁ
ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ନେତା ପ୍ରଣୟ ସାହୁ

ଭୁବନେଶ୍ୱର: ଗତକାଲି କଂଗ୍ରେସ ଦଳ ଛାଡ଼ିଥିବା ବିଜେପୁର ଉପନିର୍ବାଚନର ପ୍ରାର୍ଥୀ ପ୍ରଣୟ ସାହୁ ଆଜି ବିଜେଡିରେ ମିଶିଛନ୍ତି । ନବୀନ ନିବାସରେ ଏକ ମିଶ୍ରଣ ପର୍ବରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।

ଗତବର୍ଷ ବିଜେପୁର ବିଧାନସଭା ଉପନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ତାଙ୍କ ନିର୍ବାଚନରେ ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ମାତ୍ର ୧୦,୨୭୪ ଭୋଟ ମିଳିଥିଲା । ସେହି ସମୟରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଥିଲେ । ପ୍ରଣୟ ସାହୁ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ କହିଥିଲେ ଯେ, ସେହିସମୟରେ ଦଳ ନିର୍ବାଚନ ହାରିବା ପରେ ଏହାର କାରଣ ଖୋଜିବା ପାଇଁ ସମୀକ୍ଷା ଲାଗି ଦଳୀୟ ମୁଖିଆଙ୍କୁ କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ କୌଣସି ଜବାବ ନ ମିଳିବାରୁ ସେ ଦଳ ଛାଡ଼ିବା ପାଇଁ ମନ ବଳେଇଥିବା କହିଥିଲେ ।

Share this story