ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ
ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ

ଭୁବନେଶ୍ୱର: ସୁନ୍ଦରଗଡର ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକମାନେ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଯୋଗେଶ ସିଂ ।

ଗୋଟିଏ ପଟେ ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ କଂଗ୍ରେସ ସମାବେଶରେ ରାହୁଲ ଗାନ୍ଧୀ ଯୋଗ ଦେଉଥିବା ବେଳେ ଆଜି କଂଗ୍ରେସର ପୂର୍ବତନ ବିଧାୟକ ଓ ତାଙ୍କର ହଜାର ହଜାର ସମର୍ଥକ ବିଜେଡିରେ ମିଶିବା କଂଗ୍ରେସ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ରାଜନୈକିତ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଯୋଗେଶ ଓ ତାଙ୍କ ସମର୍ଥକଙ୍କୁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳକୁ ସ୍ୱାଗତ କରିଥିଲେ । ସେମାନଙ୍କ ଯୋଗଦାନ ଦଳକୁ ଆଗାମୀ ଦିନରେ ଆହୁରି ମଜବୁତ୍ କରିବ ବୋଲି ବିଜେଡି ନେତା ମତ ରଖିଛନ୍ତି ।

Share this story