ଏହି କାରଣ ପାଇଁ ବିଜେପିର ପଦ୍ମ ପୋଖରୀରେ ବୁଡ଼ ପକାଇଥିଲେ ବାବୁଲ ସୁପ୍ରିୟୋ

babul supriyo
ଓଡ଼ିଆ ଗସିପ୍ ବ୍ୟୁରୋ: ଗାୟକରୁ ରାଜନେତା ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବାବୁଲ ସୁପ୍ରିୟୋ ରାଜନିତୀରୁ ସନ୍ନ୍ୟାସ ନେଇଛନ୍ତି। ରାଜନୀତିକୁ ଗୁଡବାଏ କରିବା ପରେ ଆଉ ଏକ ବଡ଼ ଖୁଲାସା କରିଛନ୍ତି ସୁପ୍ରିୟୋ। କେମିତି ଏବଂ କେଉ ପରିସ୍ଥିତିରେ ପଦ୍ମ ପୋଖରୀରେ ବୁଡ଼ ପକାଇଥିଲେ ସେନେଇ ସେ କହିଛନ୍ତି । ବାବୁଲ ସୁପ୍ରିୟୋ କହିଛନ୍ତି ଯୋଗଗୁରୁ ବାବା ରାମଦେବଙ୍କ ପରାମର୍ଶ କ୍ରମେ ସେ ବିଜେପିରେ ସାମିଲ ହୋଇଥିଲେ ଏବଂ ସେତେବେଳେ ପଶ୍ଚିମବଙ୍ଗରେ ଦଳକୁ ଗୋଟିଏ ବି ସିଟ ମିଳିବା ନେଇ ଆଶା ନଥିଲା।

ଫେସବୁକ୍‌ ପୋଷ୍ଟ ମାଧ୍ୟମରେ ରାଜନୀତିକୁ ଅଲବିଦାକହି ଗୋଟିଏ ପଟେ ମୋହଭଙ୍ଗ ନେଇ ଇସାରା କରିଥିବା ସୁପ୍ରିୟୋ କେଉଁ ପରିସ୍ଥିତିରେ ରାଜନୀତିକୁ ଆସିଥିଲେ ସେନେଇ ମଧ୍ୟ ଉଲ୍ଲେଖ କରିବାକୁ ଭୁଲିନାହାନ୍ତି। ଯୋଗଗୁରୁ ରାମଦେବ ଏକ ବିମାନରେ ଭେଟ ହେବା ପରେ ସେ କେମିତି ରାଜନୀତିକୁ ଆସିଥିଲେ ସେନେଇ କହିଛନ୍ତି। ସେତେବେଳେ ବେଙ୍ଗଲରେ ବିଜେପି ଗୋଟିଏ ବି ସିଟ୍‌ ପାଇବନି ବୋଲି ତାଙ୍କୁ ଖରାପ ଲାଗିଥିଲା।

ବାବୁଲ ସୁପ୍ରିୟୋ ଲେଖିଛନ୍ତି, ‘ସ୍ବାମୀ ରାବଦେବଙ୍କ ସହ ଅଳ୍ପ କଥା ହୋଇଥିଲା। ପଶ୍ଚିମବଙ୍ଗକୁ ଗମ୍ଭୀରତାର ସହ ନେଇଥିବା ସତ୍ବେ ବିଜେପିକୁ ସେତେବେଳେ ଗୋଟିଏ ବି ସିଟ୍‌ ମିଳିବନି ବୋଲି ଭାବି ମୋତେ ଖରାପ ଲାଗିଥିଲା। ଯେଉଁ ରାଜ୍ୟ ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କୁ ଏତେ ସମ୍ମାନ କରୁଛି ତାହା ବିଜେପିକୁ ଗୋଟିଏ ବି ସିଟ୍‌ ଦେବାକୁ ରାଜି ନଥିବା ଭାବି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି।

ଯେତେବେଳେ ପୂରା ଭାରତ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ବାଛିଥିଲା କିନ୍ତୁ ବେଙ୍ଗଲ କାହିଁକି ଅଲଗା ଭାବୁଥିଲା ସେନେଇ ମୁଁ ବିଚଳିତ ହୋଇଥିଲି। ସେତେବେଳେ ଜଣେ ବଙ୍ଗାଳୀ ଭାବେ ଏହି ଆହ୍ବାନକୁ ମୁଁ ସ୍ବୀକାର କରିଥିଲି। ସମସ୍ତଙ୍କୁ ଶୁଣିବା ପରେ କାଲିର ଚିନ୍ତା ନକରି  ମୋ ହୃଦୟ କଥା ମାନିଥିଲି।

ବାବୁଲ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ସହ ତାଙ୍କ ଅନୁପସ୍ଥିତିରେ ଦଳକୁ କିଛି ଫରକ ପଡ଼ିବ ନାହିଁ ବୋଲି ମଧ୍ୟ ଲେଖିଛନ୍ତି। ୨୦୧୪ରେ ବିଜେପି ବେଙ୍ଗଲରେ ଦୁଇଟି ସିଟ୍‌ ଜିତିଥିଲା। ଆସାନସୋଲରୁ ବାବୁଲ ସୁପ୍ରିୟୋ ବିଜୟୀ ହୋଇଥିବା ବେଳେ ଏସଏସ୍‌ ଆଲୁବାଲିଆଙ୍କୁ ଦାର୍ଜିଂଲିଙ୍ଗରୁ ସଫଳତା ମିଳିଥିଲା।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ନିଷ୍ପତ୍ତି ସେ ହଠାତ ନେଇନାହାନ୍ତି ଏହା ପୂର୍ବରୁ ଏନେଇ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ ସୂଚନା ଦେଇଥିଲେ। ସେ ଆଉ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି ମଧ୍ୟ କହିଛନ୍ତି ବାବୁଲ ସୁପ୍ରିୟୋ ।

Share this story