ଘୋଷଣା ହେଲା ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ; ଜାଣନ୍ତୁ କେଉଁଠି କେବେ

Five state fight
ଓଡ଼ିଆ ଗସିପ ବ୍ୟୁରୋ: ବାଜିଲା ବାଇଶି ନିର୍ବାଚନୀ ବିଗୁଲ୍ । ଫେବୃଆରୀରୁ ମାର୍ଚ୍ଚ ଭିତରେ ହେବ ୫ ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ । ମୋଟ ୬୯୦ ଆସନ ପାଇଁ ୭ଟି ପଯର୍ୟାୟରେ ନିର୍ବାଚନ ହେବାକୁଥିବା ବେଳେ, ଫେବୃଆରୀ ୧୦ରୁ ଭୋଟିଂ ଆରମ୍ଭ ହେବ ଏବଂ ମାର୍ଚ୍ଚ ୧୦ରେ ଗଣତି ହେବ । 

(କେଉଁ ରାଜ୍ୟରେ କେବେ ହେବ ନିର୍ବାଚନ)

ଉତ୍ତରପ୍ରଦେଶରେ ୭ଟି ଯାକ ପଯର୍ୟାୟରେ ଅର୍ଥାତ୍ ଫେବୃଆରୀ ୧୦, ୧୪, ୨୦, ୨୩, ୨୭, ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ଭୋଟ୍ ଗ୍ରହଣ ହେବ । ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆରେ ଗୋଟିଏ ପଯର୍ୟାୟରେ ଫେବୃଆରୀ ୧୪ରେ ଭୋଟ୍ ହେବ । ମଣିପୁରରେ ୨ଟି ପଯର୍ୟାୟରେ ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ହେବ ମତଦାନ । ତାରିଖ ଘୋଷଣା ସହ ଆଜି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

ନିରାପଦ ନିର୍ବାଚନ । ସେଥିପାଇଁ ଜାନୁଆରୀ ୧୫ ଯାଏଁ ପ୍ରଚାର ପାଇଁ କୌଣସି ପ୍ରକାର ରାଲି, ରୋଡ୍ ସୋ, ଶୋଭାଯାତ୍ରା, ସାଇକେଲ୍, ବାଇକ୍ କିମ୍ବା ଗାଡ଼ି ରାଲି ହୋଇପାରିବ ନାହିଁ । ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗିଛି । ଡୋର୍-ଟୁ-ଡୋର୍ କ୍ଯାମ୍ପେନ୍ରେ ସର୍ବାଧିକ ୫ଜଣ ଯାଇପାରିବେ।  ରାତି ୮ରୁ ସକାଳ ୮ ଯାଏଁ କ୍ୟାମ୍ପେନ କର୍ଫ୍ୟୁ ଲାଗିବ । ଏହି ସମୟରେ ପ୍ରଚାର କରିହେବ ନାହିଁ । ୧୫ ତାରିଖ ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।

କରୋନା ସଂକ୍ରମଣ ଆଶଙ୍କା କମାଇବାକୁ, ପ୍ରାର୍ଥୀଙ୍କ ପାଇଁ ଅନ୍ଲାଇନରେ ନାମାଙ୍କନ ଦାଖଲର ବିକଳ୍ପ; ୮୦ ବର୍ଷରୁ ଅଧିକ ବୟସ୍କ, ଦିବ୍ଯାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ପୋଷ୍ଟାଲ୍ ବାଲଟ୍ ବ୍ଯବସ୍ଥା; ବୁଥ୍ ପ୍ରତି ସର୍ବାଧିକ ୧୨୫୦ ଭୋଟର୍ ନିଷ୍ପତ୍ତି ସହିତ ୫ଟି ଯାକ ରାଜ୍ଯରେ ମତଦାନ ଅବଧି ଘଣ୍ଟାଏ ଲେଖାଏଁ ବଢ଼ାଇ ଦିଆଯାଇଛି । ନିର୍ବାଚନରେ ସଂପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ୍ ଓ୍ୱାର୍କର୍ ମାନ୍ଯତା ଦିଆଯିବା ସହ ସମସ୍ତ ଯୋଗ୍ଯ ଅଧିକାରୀଙ୍କୁ ପ୍ରିକସନାରୀ ଡୋଜ୍ ଟିକା ଦିଆଯିବ । ତା ଛଡ଼ା ସବୁ ପୋଲିଂ ଷ୍ଟେସନରେ ସାନିଟାଇଜର୍ ଓ ଥର୍ମାଲ୍ ସ୍କାନିଂ ବ୍ଯବସ୍ଥା ରହିବ।

ଏଥିସହ କେବଳ ମହିଳା ଓ କେବଳ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ପୋଲିଂ ଷ୍ଟେସନ୍, ସି-ଭିଜିଲ୍ ଏବଂ ନୋ ୟୋର୍ କ୍ଯାଣ୍ଡିଡେଟ୍ ମୋବାଇଲ୍ ଆପ୍, ପ୍ରାର୍ଥୀଙ୍କ ଅପରାଧିକ ମାମଲା ବିବରଣୀ ପ୍ରକାଶ ଆଦି ସଂପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ । ଏହି ୫ ରାଜ୍ୟ ନିର୍ବାଚନରେ ମୋଟ ୧୮ କୋଟି ୩୪ ଲକ୍ଷ ଭୋଟର୍ ଭାଗ ନେବେ ।

Share this story