ଅନୁଭବ ମହାନ୍ତି ନୁହନ୍ତି ବିଜେଡିର ଷ୍ଚାର ପ୍ରଚାରକ
ଓଡ଼ିଆ ଗସିପ୍ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ଷ୍ଟାର କ୍ୟାମ୍ପେନର । ପିପିଲି ଉପ-ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଦଳ । ବିଜେଡିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ଅନେକ ବରିଷ୍ଠ ଓ ଅନୁଭବୀ ନେତାଙ୍କୁ ସ୍ଥାନ ଦିଆଯାଇଛି ।
ତେବେ ଏଥର ବି ଷ୍ଟାର ପ୍ରଚାରକ ତାଲିକାରୁ ଅନୁଭବଙ୍କୁ ଆଉଟ କରାଯାଉଛି । ଗତ ସାଧାରଣ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କର ଯଥେଷ୍ଟ କ୍ରେଜ ରହିଥିଲା ଦଳରେ । କିନ୍ତୁ ପାରିବାରିକ ବିବାଦରେ ଛନ୍ଦି ହେବା ପରଠାରୁ ଅନୁଭବଙ୍କୁ ଦଳ ସେତେଟା ଗୁରୁତ୍ୱ ଦେଉନାହିଁ । ଏପରିକି ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନରେ ମଧ୍ୟ ଅନୁଭବଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରଖିଥିଲା ଦଳ । ଅନୁଭବଙ୍କୁ ପ୍ରଚାରରେ ସାମିଲ କରି କୌଣସି ରିସ୍କ ନେବାକୁ ଦଳ ଚାହୁଁନାହିଁ ବୋଲି ସଂକେତ ଦେଇଛି ।
#ପିପିଲି_ଉପ_ନିର୍ବାଚନ: ବିଜେଡିର ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା#BJD #Pipili_ByElection pic.twitter.com/GKLWSHIbWt
— Kausik Mohapatra (Litu) (@KausikLitu) April 2, 2021
ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସମେତ ଦୁଇ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଆକାଶ ଦାସନାୟକଙ୍କ ଭଳି ନେତାଙ୍କୁ ସାମିଲ କରିଛି । ସେହିଭଳି ସିନେଚେହେରା ଭାବେ ବିଜେଡି ନେତା ଅରିନ୍ଦମଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି ଦଳ ।