ଲୁଣି ପାଣିରେ ପଦ୍ମ ଓ ଦାମ: ବଦଳିଲା ସମୀକରଣ

ଲୁଣି ପାଣିରେ ପଦ୍ମ ଓ ଦାମ: ବଦଳିଲା ସମୀକରଣ
ଲୁଣି ପାଣିରେ ପଦ୍ମ ଓ ଦାମ: ବଦଳିଲା ସମୀକରଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ଶେଷରେ ଗୋଟିଏ କଥା ସ୍ପଷ୍ଟ ହେଲା । ଲୁଣି ପାଣିରେ ପଦ୍ମ ଫୁଟାଇବା ପାଇଁ ସମର୍ଥ ହୋଇଛି ଭାରତୀୟ ଜନତା ପାର୍ଟି ବା ବିଜେପି । ବିଜେଡି ଦଳରୁ ବିଦା ପରେ ଏବେ ପଦ୍ମ ପୋଖରୀର ପାଖୁଡାକୁ ଭରସାକୁ ନେଇଛନ୍ତି ଏକଦା ନବୀନଙ୍କ ଦଳର ତୁଣ୍ଡ ଥିବା ଡାକ୍ତର ଦାମୋଦର ରାଉତ ।

ଏହା ସହ ବଡ଼ ରାଜନୈତିକ ସମୀକରଣ ଆଜି ରାଜ୍ୟ ଓ ଦେଶ ଦେଖିଲା । ବିଜେପିରେ ଆଜି ଆନୁଷ୍ଠାନିକ ଭାବେ ସାମିଲ ହେଲେ ବରିଷ୍ଠ ନେତା ତଥା ବହୁ ଥର ନବୀନ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ଦାମୋଦର ରାଉତ ।

ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ନେତା କନକବର୍ଦ୍ଧନ ସିଂଦେଓ ଏବଂ କେନ୍ଦ୍ରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Share this story