ଚର୍ଚ୍ଚା: ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବେ ଧର୍ମେନ୍ଦ୍ର ପ୍ରଧାନ!  ତେଲ ଦର ନିୟନ୍ତ୍ରଣରେ ବିଫଳ ହେବାରୁ ରାଗିଲେ ପ୍ରଧାନମନ୍ତ୍ରୀ

Petroleum Minister Blames Global Crude Oil Price Surge For Petrol Price Hike

ଓଡ଼ିଆ ଗସିପ୍ ବ୍ୟୁରୋ:  ସ୍ୱାଧୀନ ଭାରତରେ  ପ୍ରଥମ ତୈଳମନ୍ତ୍ରୀ ଭାବେ ଦୁର୍ନାମ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଦିନରେ ସ୍ୱପ୍ନ ଦେଖୁଥିବା ତାଳଚେରର ପୁଅ ଧର୍ମେନ୍ଦ୍ର ପ୍ରଧାନ ତେଲ ଦର ନିୟନ୍ତ୍ରଣ କରିବାରେ ବିଫଳ ହେବା ପରେ ସାରା ଦେଶରେ ତାଙ୍କୁ ଗାଳି ହିଁ ମିଳୁଛି । ଦେଶରେ ପେଟ୍ରୋଲ –ଡିଜେଲ ଲିଟର ପିଛା ଶହେ ଟଙ୍କା ପାର୍ କରିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ।

ତୈଳ ଦର ବୃଦ୍ଧିର ପ୍ରଧାନ କାରଣ କଣ ତାହା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାନାହିଁ, କେଉଁ ସବୁ ପ୍ରଧାନ କାରଣ ପାଇଁ ପ୍ରଧାନଙ୍କ ଅଧିନରେ ଥିବା ତୈଳ ବିଭାଗ ଦର ଉପରେ ଲଗାମ ଲଗାଇ ପାରୁନି ତାକୁ ନେଇ କିଛି ଦିନ ତଳେ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଏନଡିଭିରେ ଏକ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ ହୋଇଥିଲା । ଏହି ଏପିସୋଡ ପ୍ରସାରଣ ହେବା ପରେ ସାରା ଦେଶରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟୁ ସମାଲୋଚନା କରାଯାଇଥିଲା । ଆଉ ଏବେ ଏହାର ରାଗ ଶୁଝାଇବାକୁ ଯାଇ ପେଟ୍ରୋଲ ଦର ଧର୍ମେନ୍ଦ୍ର ପ୍ରଧାନ ଓ ମୋଦି ସରକାର ବଢ଼ାଇଥିବା ଚର୍ଚ୍ଚା ହେଉଛି ।

ସେପଟେ ମୋଦି ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାଦ ଦିଆଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଦିଲ୍ଲୀ ଦରବାରରେ ରାଜନୈତିକ ଚର୍ଚ୍ଚା ଏହେ ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ସରକାରକୁ ହଟାଇ ଦଳର ସଂଗଠନରେ ସାମିଲ କରାଯାଇପାରେ । ଧର୍ମେନ୍ଦ୍ରଙ୍କ ସ୍ଥାନରେ କିଏ ପରବର୍ତ୍ତୀ ତୈଳ ମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସାମିଲ କରାଯାଇପାରେ ହେଲେ ତାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ କରିବେ ନା ନାହିଁ ତାହା ଏ ଯାଏ ସ୍ପଷ୍ଟ ହୋଇନି ।

ଏସବୁ ସତ୍ତ୍ୱେ ଦେଶରେ ଲଙ୍ଗ୍ ଜମ୍ପ ମାରୁଥିବା ତୈଳ ଦରକୁ ନେଇ ଗାଁରୁ ସହର ଯାଏ ସମସ୍ତେ କାନ୍ଦୁଛନ୍ତି ସିନା ହେଲେ କିଛି କରିବାକୁ ଆଉ ଜୁ ନାହିଁ ।

Share this story