ସମ୍ବିତ ପାତ୍ର କାଲକା ପିଲା; କ୍ଷମା ପାଇଁ ୧୫ଦିନର ମହଲତ: ସୁରେଶ ରାଉତରାୟ

ସମ୍ବିତ ପାତ୍ର କାଲକା ପିଲା; କ୍ଷମା ପାଇଁ ୧୫ଦିନର ମହଲତ: ସୁରେଶ ରାଉତରାୟ

ଓଡ଼ିଆ ଗସିପ୍ ବ୍ୟୁରୋ: ନୟାଗଡ଼ ପରୀ ଘଟଣାରେ ରାଜ୍ୟ କଂଗ୍ରେସର ୯ ବିଧାୟକ ବିଜେଡିଠୁ ପଇସା ଖାଇ ଚୁପ୍ ବସିଛନ୍ତି ବୋଲି ଆକ୍ଷେପ କରି ଏବେ ହରଡ଼ଘଣାରେ ପଡ଼ିଛନ୍ତି  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସୋମବାର ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ବର୍ତ୍ତମାନର ଜଟଣୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ । ଟଙ୍କା ନେଇଛୁ ବୋଲି ପ୍ରମାଣ ଦିଅ ନଚେତ 15 ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା କରିବାକୁ ଚେତାବନୀ ଦେଇଛନ୍ତି । ପ୍ରମାଣ ନ ଦେଲେ ପରିସ୍ଥିତି ଭୟଙ୍କର ହେବ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମ୍ଭାଳିପାରିବେନି ବୋଲି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ସୁରେଶ ରାଉତରାୟ ।

କଂଗ୍ରେସର ଆମେ 9 ବିଧାୟକ ନବଗ୍ରହ ସମସ୍ତଙ୍କ ସ୍ଥିତି ବହୁତ ଭଲ ସମ୍ବିତ କାଲକା ପିଲା କଣ ଜାଣିଛି ସେ କଣ ମୋଦି ମୋଦି ହୋଇ ପାଗଳାମି ଭଳି ପ୍ରଳାପ କରୁଛି କହି ବହେ ବର୍ଷିଛନ୍ତି ସୁର ରାଉତରାୟ ।

ସେ ଆହୁରି କହିଛନ୍ତି କି କେବଳ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ କଂଗ୍ରେସ ଅରୁଣ ସାହୁଙ୍କୁ କ୍ଲିନଚିଟ୍ ଦେଇଦେଲା। ହାଥରସ ମାମଲାରେ ରାହୁଲ ଗାନ୍ଧୀ ଘଟଣାସ୍ଥଳକୁ ମାଡ଼ିଗଲେ ହେଲେ ପରୀ କ୍ଷେତ୍ରରେ ଆଜି କଂଗ୍ରେସ ଚୁପ୍ ବସିଛି କାହିଁକି। ଏ ଦୋମୁହାଁ ନୀତି କାହିଁକି? ବିଜେଡି-କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ହୋଇଛି ଏ କଥା ସ୍ପଷ୍ଟ ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଦୀର୍ଘ ୪ ମାସ ବିତିଗଲା, ଆଜି ବି ଆମେ ଜାଣିପାରୁନୁ ଯେ ପରୀକୁ କିଏ ମାରିଲା। ଓଲଟି ପରୀର ମାବାପାଙ୍କୁ ମାଡ଼ ମରାଯାଇଛି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସ୍ଥାନୀୟ ସରପଞ୍ଚ ପିଆଇଏଲ ଦାଖଲ କରିଛନ୍ତି। ଏସବୁ ଲୋକତନ୍ତ୍ରରେ ଆଦୌ ଶୁଭଙ୍କର ଲକ୍ଷଣ ନୁହେଁ। କିଏ ମାରିଛି, ଅଭିଯୁକ୍ତକୁ କିଏ ସୁରକ୍ଷା ଦେଉଛି ଏକଥା ସମସ୍ତଙ୍କୁ ଜଣା। ହେଲେ ପୁଲିସ ହାତ ବାନ୍ଧି ବସିଛି। ଆମେ କଣ ଗୋଟେ ଗରିବ ଅଟୋଚାଳକର ୫ ବର୍ଷୀୟ ଝିଅକୁ ନ୍ୟାୟ ଦେଇପାରିବାନି? ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ। ଏଥିସହ ସେ ଆସନ୍ତା ଶୁକ୍ରବାର ନୟାଗଡ଼ ଯାଇ ପରୀର ପରିବାର ଲୋକଙ୍କୁ ଭେଟିବେ ବୋଲି ଜଣାଇଛନ୍ତି।

ସମ୍ୱିତ ପାତ୍ର ତୁ ଜୀବନରେ କେବେ ୱାର୍ଡମେମ୍ୱର କି ସରପଞ୍ଚ ହୋଇଛୁ ? କାଲ୍‌ କି ପିଲା ତୁ ପାଗଳ ହୋଇଯାଇଛୁ ବୋଲି କହି କଟାକ୍ଷ କରିଛନ୍ତି ସୁରେଶ ରାଉତରରାୟ ।  କେତେବେଳ କଂଗ୍ରେସର ନଅ ଜଣ ଏମ୍‌ଏଲ୍‌ଏ ପଇସା ନେଲେ ସମ୍ୱିତ ପାତ୍ର ପ୍ରମାଣ ଦେବେ କି ? ସେ କଣ ତା ଘର ପେଡ଼ିରୁ ପଇସା ଦେଇଥିଲେ। ଏହାର ପ୍ରମାଣ ନଦେଲେ ଆମେ ଆଇନ୍‌ର ଆଶ୍ରୟ ନେବୁ। ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ କଂଗ୍ରେସର ୯ ଜଣ ବିଧାୟକ ବିଜେଡିଠୁ ଟଙ୍କା ନେଇ ମୁହଁ ଚୁପ୍‌  କରିଥିବା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ। ଯାହାର ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।  

Share this story