ଆଉ ନାହାନ୍ତି ଅହମଦ ପଟେଲ; କଂଗ୍ରେସର ଥିଲେ କ୍ରାଇସିସ ମ୍ୟାନେଜର

ଆଉ ନାହାନ୍ତି ଅହମଦ ପଟେଲ; କଂଗ୍ରେସର ଥିଲେ କ୍ରାଇସିସ ମ୍ୟାନେଜର
 
ଓଡ଼ିଆ ଗସିପ ବ୍ୟୁରୋ: ୭୧ ବର୍ଷ ବୟସରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ଘଟିଛି । ସେ କୋଭିଡ୍ ପଜିଟିଭ୍ ଥିଲେ, ମେଡିକାଲରେ ଚିକିତ୍ସିତ ମଧ୍ୟ ହୋଇଥିଲେ । ଗତକାଲି ଚିକିତ୍ସାଧିନ ଅବସ୍ଥାରେ ରାତି ୩ଟା ୩୦ ମିନିଟ୍ରେ ଶେଷ ନିଶ୍ୱାସ ତ୍ଯାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
ଅହମ୍ମଦ ପଟେଲଙ୍କ ଏକାଧିକ ଅଙ୍ଗପ୍ରତ୍ଯଙ୍ଗ ଅଚଳ ହେବା ପରେ ଦେହାନ୍ତ ହୋଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଫୈସଲ ପଟେଲ । ଅୋବର ୧ ତାରିଖରେ ଅହମ୍ମଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଚଳିତ ମାସ ୧୫ ତାରିଖରୁ ତାଙ୍କ ସ୍ବାସ୍ଥ୍ଯବସ୍ଥା ବିଗିଡ଼ିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
୭୧ ବର୍ଷୀୟ ଅହମ୍ମଦ ପଟେଲ ଜଣେ ଅଭିଜ୍ଞ ସାଂସଦ । ତିନି ତିନି ଥର ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ରାଜ୍ଯସଭାକୁ ୫ ଥର ନିର୍ବାଚିତ ହେବାର ରେକର୍ଡ କରିଛନ୍ତି । ପ୍ରଥମ ଥର ପାଇଁ ୧୯୭୭ ମସିହାରେ ୨୬ ବର୍ଷ ବୟସରେ ସେ ଗୁଜରାଟ ଭରୁଚିରୁ ଲୋକସଭା ଆସନରୁ ନିର୍ବାଚନ ଜିଣି ସାଂସଦ ହୋଇଥିଲେ । କଂଗ୍ରେସର ସବୁଠାରୁ ବିଶ୍ୱସ ନେତା ଭାବେ ଦଳରେ ତାଙ୍କ ପାଇଁ ରହିଛି ଅନେକ ସମ୍ମାନ ।
 ସେ ୧୯୯୩ରୁ ସାଂସଦ ଭାବେ ରହିଆସିଛନ୍ତି । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଭାବେ ଦଳକୁ ଶିଖରରେ ପହଞ୍ଚିବାରେ ସେ ସଫଳ ହୋଇଛନ୍ତି । ୧୯୮୫ ମସିହାରେ ରାଜୀବ ଗାନ୍ଧିଙ୍କ ସେ ଥିଲେ ସଂସଦୀୟ ସଚିବ । ୨୦୧୮ ମସିହାରେ ସେ କଂଗ୍ରେସର କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ସେ ଶେଷଥର ପାଇଁ ରାଜ୍ଯସଭା ନିର୍ବାଚନ ଲଢ଼ିଥିଲେ । କେବଳ ଦଳ ପାଇଁ ନୁହେଁ ଅନ୍ଯ ରାଜନୈତିକ ଦଳ ସହ କଂଗ୍ରେସର ସୁସମ୍ପର୍କ, ସମନ୍ବୟ ରକ୍ଷା କରିବା ଦିଗରେ ଅହମ୍ମଦ ପଟଲେଙ୍କ ଅବଦାନ ସବୁଦିନେ ମନେ ରହିବ ବୋଲି କୁହନ୍ତି ରାଜନୈତିକ ବ୍ଯକ୍ତିବିଶେଷ । ଗତ ଅୋବର ୧ ତାରିଖରେ ସେ କରୋନା ପଜିଟିଭ୍ ଥିବା ନେଇ ଟ୍ବିଟର ଯୋଗେ ସୂଚନା ଦେଇଥିଲେ ।

Share this story