ଆଜି ମୟୁରଭଞ୍ଜ, ବାରିପଦା, ବାଲେଶ୍ବର ଓ ଯାଜପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
 

CM Naveen Patnaik to campaign in 4 constituency today
୪ ନିର୍ବାଚନମଣ୍ଡଳୀରେ ନବୀନଙ୍କ ମାରାଥନ ପ୍ରଚାର 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ମୟୁରଭଞ୍ଜ, ବାଲେଶ୍ବର ଓ ଯାଜପୁର ଲୋକସଭା କ୍ଷେତ୍ରର ୪ଟି ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସକାଳ ସାଢେ ୧୧ଟାରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରର ରାଇରଙ୍ଗପୁରରେ ବିଶାଳ ଜନସଭାକୁ ନବୀନ ଉଦବୋଧନ ଦେବେ । 

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବାରିପଦା ନିର୍ବାଚନମଣ୍ଡଳିରେ କ୍ୟାମ୍ପେନ କରିବେ । ଏହାପରେ ବାଲେଶ୍ବର ଓ ଶେଷରେ ଯାଜପୁର ଲୋକସଭା କ୍ଷେତ୍ରର କୋରେଇ ନିର୍ବାଚନମଣ୍ଡଳିରେ ଭୋଟ ଭିକ୍ଷା କରିବେ ।

ଚତୁର୍ଥ ପର୍ଯ୍ୟାରେ ରାଜ୍ୟର ଏହି ଲୋକସଭା କ୍ଷେତ୍ର ଗୁଡ଼ିକରେ ଜୁନ ଏକ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନବୀନଙ୍କ ଗସ୍ତକୁ ନେଇ ସବୁଠୁ ଉତ୍ସାହ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ : ଜୁନ୍ ମାସରେ ବଦଳିବ ୩ ରାଶିର ଭାଗ୍ୟ, ଏମାନଙ୍କ ଉପରେ ପଡିବ ବଡ଼ ପ୍ରଭାବ!
 

Share this story