ଭୋଟ୍ ଦେଲେ ନବୀନ, କହିଲେ ରଜ୍ୟରେ ସ୍ଥିର ସରକାର ଗଠନ କରିବୁ ଓ ଚଳିତ ନିର୍ବାରନରେ ଇତିହାସ ରଚିବ ଓଡି଼ଶା
 

CM Naveen Patnaik Casts His Vote and said Will form solid government in Odisha
ଭୋଟ୍ ଦେଲେ ନବୀନ ପଟ୍ଟନାୟକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଚାଲିଛି ଗଣତନ୍ତ୍ରର ମହାପର୍ବ। ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏରୋଡ୍ରମ୍‌‌ ୟୁପି ସ୍କୁଲ କେନ୍ଦ୍ରରେ ଭୋଟ ଦେଇଛନ୍ତି।

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

ଏହାପରେ ସେ ସେଲଫି ପଏଣ୍ଟରେ ଫଟୋ ଉଠାଇଥିଲେ। ମତ ସାବ୍ୟସ୍ତ ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଥିଲେ , ବିଜେଡ଼ିର ବଡ଼ ବିଜୟ ହେବ। ରଜ୍ୟରେ ସ୍ଥିର ସରକାର ଗଠନ କରିବୁ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡ଼ିକୁ ବଡ଼ ବିଜୟ ମିଳିବ। 

ଏଥିସହ ଚଳିତ ନିର୍ବାରନରେ ଇତିହାସ ରଚିବ ଓଡି଼ଶା। ଓଡ଼ିଶାବାସୀ ଓ ମହାପ୍ରଭୁଙ୍କ ଆଶୀର୍ବଦରେ ଗଠନ ହେବ ସ୍ଥିର ସରକାର। ଏହାସହ ସସସ୍ତ ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 
 

Share this story