ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ନେଇ ଯୁବ କଂଗ୍ରେସର ପ୍ରତିବାଦ

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ନେଇ ଯୁବ କଂଗ୍ରେସର ପ୍ରତିବାଦ
ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ନେଇ ଯୁବ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର: ଗତ କିଛିଦିନ ତଳେ ତ୍ରିପୁରା ଅଗରତାଲା ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାରେ ଅଧ୍ୟୟନରତ ଓଡ଼ିଆ ଛାତ୍ରୀଛାତ୍ର ଓ ଅଧ୍ୟାପକଙ୍କ ଦ୍ୱାରା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ସମଗ୍ର ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି । ଉକ୍ତ ଭିଡିଓରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାର ଓଡ଼ିଆ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅତି କରୁଣ ଭାବେ ସେମାନଙ୍କ ପ୍ରତି ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ହେଉଥିବା ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ସହ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କଥା ଭିଡିଓରେ ପ୍ରକାଶ କରିଥିଲେ । ତୁରନ୍ତ ସେମାନଙ୍କ ଜୀବନର ସୁରକ୍ଷା ପାଇଁ ମଧ୍ୟ ଓଡ଼ିଶା ସରକାରଙ୍କୁ ନିବେଦନ କରିଥିଲେ ।

ଅଖିଳ ଭାରତ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ତଥା ତ୍ରିପୁରା ଓ ଆସାମ ରାଜ୍ୟର ପ୍ରଭାରୀ ଡ.ସ୍ମୃତିରଞ୍ଜନ ଲେଙ୍କା ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ପ୍ରଶାସନ ଓ କଲେଜ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ସହ ତ୍ରିପୁରା ପ୍ରଦେଶ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ଭେଟି ତ୍ରିପୁରା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏଥିସହ ଡ. ଲେଙ୍କା ନିଜ ପ୍ରତିକ୍ରିୟାରେ ତ୍ରିପୁରା ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଅପାରଗତାକୁ ଦୃଢ ନିନ୍ଦା କରିବା ସହ ତୁରନ୍ତ ଶିକ୍ଷାନୁଷ୍ଠାନର ଶୈଖିକ ବାତାବରଣ ଫେରାଇ ଆଣି ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି ।

Share this story