ବିଜେପି ପକ୍ଷରୁ କାଲାମ ଜୟନ୍ତୀ ପାଳନ, ସ୍ୱଚ୍ଛଭାରତ ଓ ରୋଗୀଙ୍କୁ ଫଳ ବଣ୍ଟନ

ବିଜେପି ପକ୍ଷରୁ କାଲାମ ଜୟନ୍ତୀ ପାଳନ, ସ୍ୱଚ୍ଛଭାରତ ଓ ରୋଗୀଙ୍କୁ ଫଳ ବଣ୍ଟନ
ବିଜେପି ପକ୍ଷରୁ କାଲାମ ଜୟନ୍ତୀ ପାଳନ, ସ୍ୱଚ୍ଛଭାରତ ଓ ରୋଗୀଙ୍କୁ ଫଳ ବଣ୍ଟନ

ନିଆଳୀ: ନିଆଳୀ ବିଜେପି ପକ୍ଷରୁ ବରିଷ୍ଠ ନେତା ବେଣୁଧର ବେହେରାଙ୍କ ନେତୃତ୍ତ୍ୱରେ ପୂର୍ବତନ ରାଷ୍ଟପତି ଏପିଜେ ଅବଦୁଲ କାଲାମଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ନିଆଳୀ ସ୍ଥିତ କୁତାମଚଣ୍ଡି ମନ୍ଦିର ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ଉପସ୍ଥିତ ଦଳିୟ କର୍ମୀମାନେ କାଲାମଙ୍କର ବିଭିନ୍ନ ଗୁଣାବଳୀ ସମ୍ପର୍କେ ଆଲୋଚନା କରିବା ସହ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

ବିଜେପି ପକ୍ଷରୁ କାଲାମ ଜୟନ୍ତୀ ପାଳନ, ସ୍ୱଚ୍ଛଭାରତ ଓ ରୋଗୀଙ୍କୁ ଫଳ ବଣ୍ଟନ

ପରେ ନିଆଳୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯିବା ସହ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ ମାନଙ୍କୁ ସ୍ୱସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଫଳ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ରାଜକୁମାର ସ୍ୱାଇଁ, କସର୍ଦା ମଣ୍ଡଳ ସଭାନେତ୍ରୀ ବିନତା ସ୍ୱାଇଁ, ସିଠାଳୋ ମଣ୍ଡଳ ସଭାନେତ୍ରୀ ବିଜୟା ନନ୍ଦିନୀ ଲେଙ୍କା, ଜିଲ୍ଲା ସମ୍ପାଦକ ପ୍ରଦିପ ସାହୁ, ପ୍ରତାପ ଜେନା, ଚିତ୍ତରଂଜନ ରାଉତ, ରୋହିତ ମଲ୍ଲିକ, କ୍ଷେତ୍ରବାସୀ ଦାସ, ରାକେଶ ପୁରୀ, ଡଲି ମଲ୍ଲିକ, ବିପିନ ବିହାରୀ ପ୍ରଧାନ, ବ୍ରଜ ବନ୍ଧୁ ସିଂହ, ନିରାକାର ଜେନା, ଭାରତୀ ସାହୁ, ଇନ୍ଦୁ ଜେନା, ଝିଲି ଜେନା, ରତ୍ନାକର ମଲ୍ଲିକ, ଆୟୋଜକ ନିଆଳୀ ମଣ୍ଡଳ ସାଧାରଣ ସମ୍ପାଦକ ସଂଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେପି ପକ୍ଷରୁ କାଲାମ ଜୟନ୍ତୀ ପାଳନ, ସ୍ୱଚ୍ଛଭାରତ ଓ ରୋଗୀଙ୍କୁ ଫଳ ବଣ୍ଟନ

Share this story