ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ ପାଇଁ ପିସିସି ଅନୁସୂଚିତ ଜାତି ବିଭାଗର ପ୍ରସ୍ତୁତି ବୈଠକ

ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ ପାଇଁ ପିସିସି ଅନୁସୂଚିତ ଜାତି ବିଭାଗର ପ୍ରସ୍ତୁତି ବୈଠକ
ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ ପାଇଁ ପିସିସି ଅନୁସୂଚିତ ଜାତି ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ ପାଇଁ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଭାରତ ରତ୍ନ ଡ. ବାବା ସାହେବ ଆମ୍ବେଦକରଙ୍କର ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଭାରତର ସମ୍ବିଧାନ ନଭେମ୍ବର ୨୬ ତାରିଖ ଦିନ କନଷ୍ଟିଚୁଏଣ୍ଟ ଆସେମ୍ବିଲ୍ଲି ଦ୍ୱାରା ଗ୍ରହଣ କରାଯାଇଥିଲା । ଉକ୍ତ ସମ୍ବିଧାନରେ ଭାରତରେ ବସବାସ କରୁଥିବା ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ମହିଳା ମାନଙ୍କ ସାମାଜିକ, ଅର୍ଥନୈିତକ, ସୁରକ୍ଷା ଦିଗରେ ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ହୋଇପାରିବ ସେଥିପାଇଁ ସମ୍ବିଧାନରେ ବ୍ୟବସ୍ଥା ଲାଗୁ କରାଯାଇଥିଲା ।

ଏହି ଦିବସଟିକୁ ପାଳନ କରିବା ଉଦ୍ଦେଶ୍ୟରେ କଂଗ୍ରେସ ଭବନରେ ଏକ ବିରାଟ ସାଧାରଣ ସଭା ଆୟୋଜନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ସମ୍ବିଧାନ ଦିବସ ପାଳନ ଅବସରରେ ସମ୍ବିଧାନ ବଂଚାଓ ଦେଶ ବଂଚାଓ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପ୍ରାୟ ୫ଜହାରରୁ ଉର୍ଦ୍ଧ ଲୋକଙ୍କୁ ସମବେତ କରିବାପାଇଁ ଅନୁସୂଚିତ ଜାତିବିଭାଗ ତରଫରୁ ନିଷ୍ପତି ଗ୍ରହଣ କରାଗଲା ।

ଏହି ବୈଠକରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ବିଭାଗ ପ୍ରଭାରୀ ପୂର୍ବତନ ବିଧାୟକ ବିନୋଦ କୁମାର ପାତ୍ର ସହ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଉପାଧ୍ୟକ୍ଷା ମମତାଞ୍ଜଳି ବେହେରା, ଜୟଦେବ ନାୟକ, ଆବାହକ ଦେବେନ୍ଦ୍ର କୁମାର ମଲ୍ଲିକ, ବାବୁଲାଲ ଗୁରୁ, ନରୋତମ ନାୟକ, ବାସୁଦେବ ସେଠୀ, ଅଭୟ ମଲ୍ଲିକ, ଅଶୋକ ନାୟକ, ଜିଲ୍ଲା ଅଧ୍ୟକ୍ଷ ଜୟନ୍ତ ଭୋଇ, ଦୁର୍ଯ୍ୟୋଧନ ବେହେରା, ଶୁଭାକର ମୁଖି, ବାପିନ ନାୟକ, ତ୍ରିନାଥ ମାଝୀ, ଭୋକାଲି ସେଠୀ, ଆପେଲସ୍ୱାମୀ କୌଶଲ୍ୟା, ରଞ୍ଜନ ସେଠୀ, ରସାନନ୍ଦ ନାୟକ, ଶରତ ନାୟକ, ଜାନକୀ ମଲ୍ଲିକ, ନଳୀନି ବେହେରା, ସୂର୍ଯ୍ୟକାନ୍ତି ବାଗ, ଜାମିନି ମୁଖି, ଗଣପତି ନାୟକ, ଶଙ୍କର ନାୟକ ପ୍ରମୁଖ ଯୋଗଦାନ କରି ମତାମତ ରଖିଥିଲେ । ଶେଷରେ ଦେବେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Share this story