ବିଜେଡ଼ି ବିଜେପି ଫିକ୍ସିଂ ରାଜନୀତି, ଚାଷୀ ହନ୍ତସନ୍ତ : କଂଗ୍ରେସ

ବିଜେଡ଼ି ବିଜେପି ଫିକ୍ସିଂ ରାଜନୀତି, ଚାଷୀ ହନ୍ତସନ୍ତ : କଂଗ୍ରେସ
ବିଜେଡ଼ି ବିଜେପି ଫିକ୍ସିଂ ରାଜନୀତି, ଚାଷୀ ହନ୍ତସନ୍ତ : କଂଗ୍ରେସ

ଭୁବନେଶ୍ୱର: ବିଜେପି ଦଳ ରାଜ୍ୟର ଗଣମାଧ୍ୟମ ମାଧ୍ୟମରେ ଧାନର ଅଭାବୀ ବିକ୍ରି, କାଂଟଛାଂଟ ଏବଂ ତାର ପ୍ରାପ୍ୟ ପାଇବାରେ କିଭଳି ଭାବରେ ଅହେତୁକ ବିଳମ୍ବ କରାଯାଉଛି ତାହାର ଗୋଲାପୀ ଚିତ୍ର ବିଭିନ୍ନ ସମୟରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରୁଛି । କିନ୍ତୁ ପ୍ରକୃତ ସତ୍ୟ କଥା ହେଲା ଉଭୟ ବିଜେପି ଏବଂ ବିଜେଡ଼ି ପରସ୍ପର ସଲାସୁତୁରା ଭିତିରେ ଚାଷୀକୁ ହନ୍ତସନ୍ତ କରୁଛନ୍ତି ତାହାର ଏକ ପର୍ଦାଫାଶ ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ନାୟକ ସିଧାସଳଖ ବିଜେପି ଏବଂ ବିଜେଡ଼ି ଭିତରେ ଥିବା ଭିତିରି ବୁଝାମଣା ଉପରେ ଏକ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ୧୮ ଡିସେମ୍ବର ୨୦୧୮ ମସିହା ଲୋକ ସଭାରେ ବରଗଡ଼ ଏମ୍ପି ଡ. ପ୍ରଭାସ କୁମାର ସିଂ ଏକ ଅଣତାରକା ପ୍ରଶ୍ନ (ପ୍ରଶ୍ନ ନଂ ୧୨୩୬) ମାଧ୍ୟମରେ କେନ୍ଦ୍ର ସରକାରଙ୍କର ଖାଦ୍ୟ ସାଧାରଣ ବଂଟନ ଏବଂ ଗ୍ରାହକ ମନ୍ତ୍ରଣାଳୟକୁ ପଚାରଥିଲେ ଯେ ଭାରତ ସରକାର ଚାଷୀଙ୍କ ପାଖରୁ ଧାନ କିଣାରେ କୌଣସି ଅଭିଯୋଗ ବା ଅନିୟମିତତା ହୋଇଥିବାର କୌଣସି ଅଭିଯୋଗ ପାଇଛନ୍ତି କି?

ଏ ପ୍ରଶ୍ନର ସିଧାସଳଖ ଖାଦ୍ୟ ସାଧାରଣ ବଂଟନ ଏବଂ ଗ୍ରାହକ ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀଯୁକ୍ତ ସିଆର ଚୌଧୁରୀ ଲୋକସଭାରେ ଉତର ରଖି କହିଥିଲେ ଭାରତ ସରକାର ଏ ପର୍ଯ୍ୟନ୍ତ କୌଣସି ଅନିୟମିତତା ବା ଅଭିଯୋଗ ଏ ସଂକ୍ରାନ୍ତରେ ପାଇନାହାନ୍ତି । ମନ୍ତ୍ରୀ ଏହି ଉତର ଖୋଦ୍ ଲୋକସଭାରେ ରଖିଥିଲା ବେଳେ ଯଦି ପ୍ରକୃତରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଯେଉଁ ଅଭାବୀ ବିକ୍ରି •ଲିଛି, ଚାଷୀକୁ ଠିକ୍ ସମୟରେ ତାହାର ପ୍ରାପ୍ୟ ମିଳୁନାହିଁ କୃଷକ ଧାନମଣ୍ଡିରେ ମାସ ମାସ ଧରି ଅପେକ୍ଷା କରି ରହୁଛି ଏବଂ କାଟିନି ଛାଟନି ମଧ୍ୟ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଏହି କଥାକୁ ସେ ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ କାହିଁକି ଲୋକସଭାରେ ରଖିଲେ ନାହିଁ? ରାଜ୍ୟରେ କୃଷକଙ୍କ ପାଇଁ କାନ୍ଦୁଥିଲା ବେଳେ ଲୋକସଭାରେ ଏ ପ୍ରଶ୍ନ ଉତ୍ଥାପନ ଯେତେବେଳେ କରାଯାଇଥିଲା ସେତେବେଳେ ମାନ୍ୟବର ମନ୍ତ୍ରୀ ଚୁପ୍ ରହିବା ହେତୁ ଏଥିରୁ ସଂପୂର୍ଣ୍ଣ ଭାବରେ ବୁଝାପଡ଼ୁଛି ଯେ ଉପରେ କଳି ଭିତରେ କୋଳାକୋଳି ।

କୃଷକମାନଙ୍କର ସ୍ୱାର୍ଥ କେବଳ ଗଣମାଧ୍ୟମରେ ବୟାନବାଜ ଛଡ଼ା ଏ ଦୁଇ ରାଜନୈତିକ ଦଳଙ୍କର ସ୍ୱାର୍ଥ ରକ୍ଷା କରିବାପାଇଁ କେବେହେଲେ ଇଛାଶକ୍ତିଟିଏ ନାହିଁ । କଂଗ୍ରେସ ଦଳ ବାରମ୍ବାର ଧାନର ଅଭାବିବିକ୍ରୀ ମଣ୍ଡିରେ ହନ୍ତସନ୍ତ ଏବଂ କୃଷକର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ଯାରିରଖିଛି । କଂଗ୍ରେସ ଦଳ ବିଜେଡ଼ି ଓ ବିଜେପିର ମଧୁଚନ୍ଦ୍ରିକା ରାଜନୀତିକୁ ନାପସନ୍ଦ କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନା, ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Share this story