ଗରିବଙ୍କୁ ସର୍ବନିମ୍ନ ରୋଜଗାର ସୁବିଧା ଯୋଗାଇ କୋଟି କୋଟି ଗରିବଙ୍କ ମୁହଁରେ ହସ ଫୁଟାଇବା କଂଗ୍ରେସର ଲକ୍ଷ: ନିରଞ୍ଜନ ପଟ୍ଟନାୟକ

ଗରିବଙ୍କୁ ସର୍ବନିମ୍ନ ରୋଜଗାର ସୁବିଧା ଯୋଗାଇ କୋଟି କୋଟି ଗରିବଙ୍କ ମୁହଁରେ ହସ ଫୁଟାଇବା କଂଗ୍ରେସର ଲକ୍ଷ: ନିରଞ୍ଜନ ପଟ୍ଟନାୟକ
ଗରିବଙ୍କୁ ସର୍ବନିମ୍ନ ରୋଜଗାର ସୁବିଧା ଯୋଗାଇ କୋଟି କୋଟି ଗରିବଙ୍କ ମୁହଁରେ ହସ ଫୁଟାଇବା କଂଗ୍ରେସର ଲକ୍ଷ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀ ଏକ ଐତିହାସିକ ଘୋଷଣା ଗତକାଲି କରିଛନ୍ତି । କଂଗ୍ରେସ ଦଳ ୨୦୧୯ ନିର୍ବାଚନରେ କ୍ଷମତାକୁ ଆସିଲେ ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କୁ ସର୍ବନିମ୍ନ ନିଶ୍ଚିତ ରୋଜଗାର ଯୋଗାଇ ଦେବା ପାଇଁ ପ୍ରତିଜ୍ଞାବଦ୍ଧ । ଦାରିଦ୍ର‌୍ୟ ଦୂରୀକରଣ ଓ ସମାନୁପାତିକ ବିକାଶ ଦିଗରେ କଂଗ୍ରେସ ଦଳ ପ୍ରତିଶ୍ରୁତିବଦ୍ଧ । ଆମେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ ଓ ଖାଦ୍ୟ ସୁରକ୍ଷା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ଅଧିନିୟମ ଆଣି ୨୦୦୪ ରୁ ୨୦୧୪ ମଧ୍ୟରେ ୧୪ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକ୍ତ କରାଯାଇଥିଲା ।

କଂଗ୍ରେସ ଦଳ ସର୍ବନିମ୍ନ ନିଶ୍ଚିତ ରୋଜଗାର ପ୍ରଦାନ ଲାଗି ନିଷ୍ପତି ନେଇଛି । ପ୍ରତ୍ୟେକ ଗରିବ ଲୋକଙ୍କ ଆକାଂଉଟରେ ନିର୍ଦ୍ଧାରିତ ସର୍ବନିମ୍ନ ରାଶି ପୈଠ କରାଯିବା ପାଇଁ ବ୍ୟବସ୍ଥା ହେବ, ଯେପରି କୌଣସି ଗରିବ ଲୋକ, କ୍ଷୁଦାର୍ତ ବ୍ୟକ୍ତି ଗରିବ ହୋଇ ରହିବ ନାହିଁ । ଏଭଳି ଐତିହାସିକ ପଦକ୍ଷେପ ଗରିବଙ୍କ ଜୀବନଶୈଳୀ ବଦଳାଇବାରେ ଏକ ନୂଆ ମୋଡ ଆଣିପାରିବ । ଏହାକୁ ଲାଗୁ କରିବାରେ ଭାରତ ହେବ ସର୍ବପ୍ରଥମ ଦେଶ ।

ପ୍ରକାଶଥାଉକି, ୨୦୦୫ ମସିହାରେ କଂଗ୍ରେସ ଦଳ ନରେଗା ଅଧିନିୟମ ପ୍ରଚଳିତ କଲାବେଳେ, ବିରୋଧିଦଳ ବ୍ୟଗ୍ରତାର ସହ ସମାଲୋଚନା କଲେ । ଯାହାହେଉ, କଂଗ୍ରେସ ଦଳ ଲାଗୁ କଲା ଓ ଯେଉଁଠି ଇଚ୍ଛାଶକ୍ତି ଥାଏ, ସେଠାରେ ରାସ୍ତା ମିଳିଯାଏ ବୋଲି ଭାରତବର୍ଷ ପ୍ରମାଣ କଲା । ଏପରିକି ମିଳିତ ଜାତିସଂଘ ନରେଗାକୁ ବିଶ୍ୱଦରବାରରେ ଦାରିଦ୍ର‌୍ୟ ଦୂରୀକରଣରେ ଅନ୍ୟତମ ସର୍ବଶ୍ରେଷ୍ଠ ଯୋଜନାର ସ୍ୱୀକୃତି ଦେଲା । ମୋଦୀ ସରକାର ବିତୀୟ ଆୟର ଉତ୍ସକୁ ଧନୀ, ପୁଞ୍ଜିପତି ବନ୍ଧୁମାନଙ୍କୁ ସାହାଯ୍ୟ କରୁଥିବା ବେଳେ କଂଗ୍ରେସ ଦଳ ଆୟର ଉତ୍ସକୁ ସମାନୁପାତିକ ବିକାଶ ଓ ବିତରଣ ଦିଗରେ ବାରମ୍ବାର ପ୍ରମାଣିତ କରିଆସିଛି ।

କଂଗ୍ରେସ ୨୦୧୯ ରେ କ୍ଷମତାକୁ ଆସିଲେ ଉପରୋକ୍ତ ଘୋଷଣାକୁ ପୂରଣ କରିବାରେ କଂଗ୍ରେସ ଅଧ୍ୟକ୍ଷ ଦୃଢ ପ୍ରତିଶ୍ରୁତିବଦ୍ଧ । ଏହାର ସ୍ପଷ୍ଟ ରୂପରେଖ କଂଗ୍ରେସ ଇସ୍ତାହାରରେ ପ୍ରକାଶିତ କରାଯିବ ବୋଲି ଏଆଇସିସି ନିଷ୍ପତିକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Share this story