ପ୍ରଦେଶ କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ମହା ସମାରୋହରେ ପାଳିତ

ପ୍ରଦେଶ କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ମହା ସମାରୋହରେ ପାଳିତ
ପ୍ରଦେଶ କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ମହା ସମାରୋହରେ ପାଳିତ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ମହାପ୍ରୟାଣ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଚନ୍ଦ୍ରଶେଖରପୁର ନାଲକୋ ଛକ ନିକଟସ୍ଥ ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ପ୍ରକାଶ ଚନ୍ଦ୍ର ଦେବତା, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୀତାକାନ୍ତ ମହାପାତ୍ର, ସତ୍ୟପ୍ରକାଶ ନାୟକ, ଡ.ଲଲାଟେନ୍ଦୁ ମହାପାତ୍ର, ବିରେନ ମୋହନ ପଟ୍ଟନାୟକ, ସୁମିତ୍ରା ଜେନା, ଯୁଧିଷ୍ଠିର ଜେନା, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ପଦ୍ମାକର ଗୁରୁ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ସତ୍ୟସ୍ମିତ ମହାନ୍ତି, ବିକ୍ରମ ସାହୁ, ସୂର୍ଯ୍ୟ ନାରାୟଣ ପଣ୍ଡା, ଲିଙ୍ଗରାଜ ସାହୁ, ରଜନୀ ମହାନ୍ତି, ଗୁଣମଣି ସା, ବିଣାପାଣି ସାମଲ, ସ୍ୱାଧିନବାଳା, ଦାସ, ମନୋରଞ୍ଜନ ରାଉତରାୟ, ସୂର୍ଯ୍ୟକାନ୍ତି ବାଗ, ବିଜୟିନୀ ତିରିଆ, ପ୍ରଭାବତି ପଟ୍ଟନାୟକ, ତରୁଣକାନ୍ତ ମିଶ୍ର, ସଂଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share this story