ଦିଦିଙ୍କୁ ସମର୍ଥନ ଜଣାଇଲା ବିଜେଡି !

ଦିଦିଙ୍କୁ ସମର୍ଥନ ଜଣାଇଲା ବିଜେଡି !
ଦିଦିଙ୍କୁ ସମର୍ଥନ ଜଣାଇଲା ବିଜେଡି !

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ସିବିଆଇ ଓ କୋଲକାତା ପୁଲିସ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ମୁହଁ ଖୋଲିଛି ବିଜେଡି । କୋଲକାତା ପୁଲିସ କମିଶନରଙ୍କ ଘରେ ସିବିଆଇ ପଶିବା ଘଟଣାକୁ ଖୋଲାଖାଲି ଭାବେ ବିଜେଡି ନିନ୍ଦା କରିଛି । ଲୋକସଭାରେ ନିଜ ମତ ରଖି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏହାକୁ ନିନ୍ଦା କରିଛନ୍ତି ।

ଶ୍ରୀ ମହତାବଙ୍କ କହିବା ଅନୁଯାୟୀ, ସିବିଆଇ ତଦନ୍ତ କରିବା ଯୁକ୍ତିଯୁକ୍ତ ହେଲେ ଯେଉଁଭଳି ଢ଼ଙ୍ଗରେ ରାତିରେ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କ ଘରେ ସିବିଆଇର ୪୦ ଅଧିକାରୀ ପଶିବାକୁ ଉଦ୍ୟମ କରୁଥିଲେ ତାହା ବିଲକୁଲ ଗ୍ରହଣୀୟ ନୁହେଁ । ସିବିଆଇର ଏଭଳି ଢ଼ଙ୍ଗରେ କାମ କରିବା ତଦନ୍ତକାରୀ ସଂସ୍ଥାର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ଉଙ୍ଗୁଳି ଉଠାଇଛି । ଏହାବାଦ୍ ସନ୍ଧ୍ୟାରେ ସିବିଆଇ ଯାହା କରିଛି, ତାହା ବୃତ୍ତିଗତ ଆଚରଣର ପରିଚୟ ନୁହେଁ ।

ଶ୍ରୀ ମହତାବ ଏହା ମଧ୍ୟ କହିଛନ୍ତି ସମାନ ଢ଼ଙ୍ଗରେ ସିବିଆଇ ଓଡ଼ିଶାରେ ମଧ୍ୟ କିଛି ବ୍ୟକ୍ତିଙ୍କ ସ୍ୱାର୍ଥ ସାଧନ ପାଇଁ ସିବିଆଇ କାମ କରୁଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଜଣେ ବିଚାରପତିଙ୍କ ଘରେ ସିବିଆଇ ପଶିଥିଲା । ଆଉ ଗତକାଲି ସିବିଆଇ କୋଲକାତାରେ ଯାହା କଲା ଏହା ସିବିଆଇର କିଛି ବର୍ଷର ଆଚରଣର ପ୍ରତିଫଳନ, ଯାହ ଗ୍ରହଣୀୟ ନୁହେଁ । ରାଜନୀତିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ସିବିଆଇକୁ ଅସ୍ତ୍ର ଭାବେ ଲଗାଇବା ତାହା ଜମା ଠିକ୍ ନୁହେଁ ।

Share this story