୧୯ ନିର୍ବାଚନ ରଣନୀତି : ଏମପି, ୟୁକେରେ ବୁଆ-ବବୁଆ

୧୯ ନିର୍ବାଚନ ରଣନୀତି : ଏମପି, ୟୁକେରେ ବୁଆ-ବବୁଆ
୧୯ ନିର୍ବାଚନ ରଣନୀତି : ଏମପି, ୟୁକେରେ ବୁଆ-ବବୁଆ

ଲକ୍ଷ୍ନୌ/ଦିଲ୍ଲୀ: ଉତ୍ତର ପ୍ରଦେଶ ପରେ ଏବେ ଫୋକସରେ ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ । ଅର୍ଥାତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବିଜୟ ପଥ ରୋକିବା ଏବଂ ଜନମତକୁ ନିଜ ସପକ୍ଷରେ ନେବା ପାଇଁ ଏକାଠି ହାତ ବଢ଼ାଇଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବ ।

ଆଗାମୀ ଲୋକସଭା ସାଧାରଣ ନିର୍ବାଚନରେ ଉଭୟ ଦଳ ଏକାଠି ହୋଇ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶରେ ନିର୍ବାଚନ ଲଢ଼ିବେ । ପୂର୍ବରୁ ଲକ୍ଷ୍ନୌରେ ୟୁପି ପାଇଁ ମେଣ୍ଟ ଘୋଷଣା ହୋଇଥିବା ବେଳେ ଆଜି ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ପାଇଁ ଉଭୟ ଏକାଠି ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମଧ୍ୟପ୍ରଦେଶର ୨୭ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ମାତ୍ର ୩ଟି ଏବଂ ବାକି ସବୁ ଆସନରେ ବିଏସପି ପ୍ରାର୍ଥୀ ଦେବ । ସେହିଭଳି ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନରୁ ଏସପି ଗୋଟିଏ ଏବଂ ବିଏସପି ବାକି ୪ଟି ଆସନରେ ନିର୍ବାଚନ ଲଢିବା ନେଇ ରାଜି ହୋଇଛନ୍ତି । ଉତ୍ତର ପ୍ରଦେଶରେ ଉଭୟେ ୩୮-୩୮ ଆସନରେ ଲଢ଼ିବା ପାଇଁ ସହମତି ହୋଇଛି ।

Share this story