ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ: ସତ୍ୟ ପ୍ରକାଶ

ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ: ସତ୍ୟ ପ୍ରକାଶ
ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ: ସତ୍ୟ ପ୍ରକାଶ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ୬ ତାରିଖ ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପ୍ରଦେଶ ନିର୍ବାଚନ କମିଟି (ପିଇସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରାର୍ଥୀ ଚୟନକୁ ନେଇ ପିଇସିର ସଦସ୍ୟମାନଙ୍କ ଠାରୁ ପରାମର୍ଶ ନିଆଯାଇଥିଲା । ସମସ୍ତ ପରାମର୍ଶ ଉପରେ ବିଚାର ଆଲୋଚନା କରାଯିବା ପରେ ପ୍ରସ୍ତାବିତ ପ୍ରାର୍ଥୀମାନଙ୍କର ନାମ ତାଲିକାକୁ ଚୂଡାନ୍ତ ନିଷ୍ପତି ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)କୁ ପଠାଇ ଦିଆଯାଇଛି । ଯାହାକି ସିଇସିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବରେ ଗଣମାଧ୍ୟମରେ ପ୍ରକାଶ କରାଯିବ ।

ତେବେ ସୋସିଆଲ ମିଡିଆ, ବିଭିନ୍ନ ଖବରକାଗଜ ଓ ଟେଲିଭିଜନ ଚ୍ୟାନେଲଗୁଡିକରେ କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ଭ୍ରମାତ୍ମକ ଓ ମିଥ୍ୟା ଖବର ପ୍ରକାଶ ପାଇଥିବା ପ୍ରଦେଶ କଂଗ୍ରେସର ନଜରକୁ ଆସିଛି । ବିଭିନ୍ନ ଗଣମାଧ୍ୟମରେ ଘୂରି ବୁଲୁଥିବା କଂଗ୍ରେସର ପ୍ରାର୍ଥୀ ତାଲିକା ମିଥ୍ୟା ଓ କପୋଳକଳ୍ପିତ । ଏଭଳି ଖବର ପ୍ରସାରଣ ଦ୍ୱାରା ଜନସାଧାରଣ ମହଲରେ ବିଭ୍ରାନ୍ତି ଓ ଦ୍ୱନ୍ଦ ସୃଷ୍ଟି ହୋଇଛି ବୋଲି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଡିଆ ବିଭାଗ ମୁଖ୍ୟ ସତ୍ୟପ୍ରକାଶ ନାୟକ କହିଛନ୍ତି ।

ପିସିସି ପକ୍ଷରୁ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ କୌଣସି ପ୍ରାର୍ଥୀ ତାଲିକା ଗଣମାଧ୍ୟମ ବା କୌଣସି ଦଳୀୟ ଫୋରମ୍ରେ ମଧ୍ୟ ପ୍ରକାଶ କରାଯାଇନାହିଁ । ତେଣୁ ଗଣମାଧ୍ୟମରେ ଘୁରି ବୁଲୁଥିବା ତାଲିକାକୁ ଆଧାର କରି ଖବର ପ୍ରସାରଣ ନକରିବାକୁ ସତ୍ୟ ପ୍ରକାଶ ଅନୁରୋଧ କରିଛନ୍ତି ।

Share this story