ମାର୍ଚ୍ଚ ୮ତାରିଖରେ ଜୟପୁର, ୧୩ରେ ବରଗଡ଼ ସମାବେଶରେ ଯୋଗ ଦେବେ ରାହୁଲ

ମାର୍ଚ୍ଚ ୮ତାରିଖରେ ଜୟପୁର, ୧୩ରେ ବରଗଡ଼ ସମାବେଶରେ ଯୋଗ ଦେବେ ରାହୁଲ
ମାର୍ଚ୍ଚ ୮ତାରିଖରେ ଜୟପୁର, ୧୩ରେ ବରଗଡ଼ ସମାବେଶରେ ଯୋଗ ଦେବେ ରାହୁଲ

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ଦଳରେ ଆଜି ଠାରୁ ତୟାରି ଆରମ୍ଭ ହୋଇଥିବା ଦେଖାଦେଇଛି । ରାହୁଲ କୋରାପୁଟ ପିଲ୍ଲାର ଜୟପୁର ଠାରେ ଆୟୋଜିତ ଦଳର ସାଧାରଣ ସଭାରେ ଯୋଗଦେବେ ବୋଲି ସୂଚନା ମିଳିଛି । ସେ ୮ ତାରିଖରେ ଜୟପୁର ଆସୁଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ରାହୁଲ ମାର୍ଚ୍ଚ ୮ତାରିଖରେ ଦୁଇଟି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ଯେଉଁଥିରେ ଏବେ ବ୍ୟତିକ୍ରମ ଦେଖାଦେଇଛି । କାରଣ ଜଣାପଡିଛି କି ସମୟ ଅଭାବ ଯୋଗୁ ରାହୁଲ ଦୁଇ ଜିଲ୍ଲା ଗସ୍ତରେ ଗୋଟିଏ ଦିନରେ ସମ୍ଭବ ନୁହେଁ । ତେଣୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାହୁଲ ମାର୍ଚ୍ଚ ୮ତାରିଖରେ ଜୟପୁରରେ ଆୟୋଜିତ ମହିଳା ସମାବେଶରେ ଯୋଗଦେବେ ।

ଖାଲି ଏତିକି ନୁହେଁ ସେହିଦିନ ମହିଳା ସମାଦେଶ ସରିବା ପରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ଭେଟିବା ସହିତ ଦଳୀୟ ସଭାକୁ ସମ୍ବୋଧିତ କରିବେ । ପୁଣି ଥରେ ମାର୍ଚ୍ଚ ୧୩ରେ ସେ ବରଗଡ଼ ଆସିବାର କାର୍ଯ୍ୟକ୍ରମ ରହିଛି ।

Share this story