ବଡ଼ ଦେଶ ବଡ଼ ଭୋଟ ବଡ଼ ନଜର

ବଡ଼ ଦେଶ ବଡ଼ ଭୋଟ ବଡ଼ ନଜର
ବଡ଼ ଦେଶ ବଡ଼ ଭୋଟ ବଡ଼ ନଜର

ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରରେ ହେବାକୁ ଯାଉଛି ବଡ଼ ମତଦାନ । ସଂସଦର ମୋଟ୍‌ ୫୪୩ ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ ୮୯.୭୧ କୋଟି ଭୋଟର । ସେପଟେ ଏହା ଉପରେ ସାରା ବିଶ୍ୱର ନଜର ରହିଛି । ଦୁନିଆରେ ଭାରତର ସ୍ଥିତି ସୁଦୃଢ଼ ହେଉଥିବା ବେଳେ ଅନେକ ଦେଶ କୂଟନୈତିକ ଓ ବାଣିଜ୍ୟକ ସହଯୋଗ ମଧ୍ୟ ଦେଉଛନ୍ତି ।

ପାକିସ୍ତାନ ସହ ଟକରା ଟକରି ଚାଲିଥିବା ବେଳେ ଭାରତ ସମର୍ଥନରେ ବାହାରିଛନ୍ତି ଅନେକ ଦେଶ । ଅନ୍ୟ ପଟେ ଆମେରିକା ସରକାର ମଝିରେ ମଝିରେ ଭାରତ ବିରୋଧରେ ଟ୍ରେଡ଼ ୱାରର ଧମକ ଦେଇ ଚିନ୍ତା ବି ବଢ଼ାଉଛି । ଆଉ ଏଭଳି ସ୍ଥିତିରେ ନିିର୍ବାଚନୀ ରେଜଲ୍ଟ ଅନ୍ତର୍ଜାତୀୟ ସ୍ତରରେ ଭାରତର ଦବଦବା କଣ ରହୁଛି ତାହା ବି ନିର୍ଭର କରୁଛି । ଆଉ ସେହି ଦୃଷ୍ଟିରୁ ଚଳିତ ନିିର୍ବାଚନ ଓ ନିର୍ବାଚନୀ ଫଳାଫଳ ବେଶ୍‌ ଗୁରୁତ୍ୱ ବହନ କରିବ ।

Share this story