ରମଜାନ ରାଜନୀତି !

ରମଜାନ ରାଜନୀତି !
ରମଜାନ ରାଜନୀତି !

ନିର୍ବାଚନ ତାରିଖ ଘୋଷଣା ପରେ ରମଜାନ ମାସରେ ଭୋଟ୍‌ ପ୍ରକ୍ରିୟାକୁ ନେଇ ଦେଖାଦେଇଛି ବିବାଦ । ମେ ୬ ତାରିଖରୁ ଆରମ୍ଭ ହେଉଛି ପବିତ୍ର ରମଜାନ ମାସ । ସମାନ ତାରିଖରେ ପଞ୍ଚମ ପର୍ଯ୍ୟାୟ ଲାଗି ମତଦାନ ହେବ । ମେ ୧୨ ଏବଂ ମେ ୧୯ରେ ଯଥାକ୍ରମେ ଷଷ୍ଠ ଏବଂ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ଲାଗି ମତଦାନ ହେବ ।

ଏହି ସମୟରେ ବହୁତ କମ୍‌ ମୁସଲିମ୍‌ ଲୋକେ ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ମୁସଲିମ ଧର୍ମଗୁରୁ । ଏହାର ସିଧାସଳଖ ଲାଭ ବିଜେପି ପାଇବ ବୋଲି ଅନେକ ମୁସଲିମ୍‌ ନେତା କହିଛନ୍ତି ।

ଏପରିକି ଦିଲ୍ଲୀର ଆପ୍‌ ବିଧାୟକ ଅମାନୁତୁଲ୍ଲା ଖାନ୍‌ ନିର୍ବାଚନ କମିଶନରଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହାର ଜବାବ ରଖିଛି ବିଜେପି । ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ରମଜାନ ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ରାଜନୀତି କରୁଥିବା ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

Share this story