ଲୋକଙ୍କ ସ୍ୱର: ମାନସ ବୁଝିବେ ମନର କଥା

ଲୋକଙ୍କ ସ୍ୱର: ମାନସ ବୁଝିବେ ମନର କଥା
ଲୋକଙ୍କ ସ୍ୱର: ମାନସ ବୁଝିବେ ମନର କଥା

ଭୁବନେଶ୍ୱର: ଚିଲିକା ନିର୍ବାଚନମଣ୍ଡଳୀର ଲୋକଙ୍କ ମନକୁ ଏବେ ଗୋଟିଏ କଥା ଅନ୍ଦୋଳିତ କରୁଛି । ତାହା ହେଉଛି ଚିଲିକା ମାଟିର ପ୍ରଗତି ବା ଉନ୍ନତ୍ତି । ଆଉ ଏହା ସେତେବେଳେ ହେବ ଯେତେବେଳେ ମାନସ ବାବୁ ବୁଝିବେ ସେମାନଙ୍କର ମନର କଥା ।

ଏଠି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ନେତା ନୁହେଁ ବରଂ ଯୁବ ନେତୃତ୍ୱ ସେମାନଙ୍କ ଦରକାର ବୋଲି ଚିଲିକାବାସୀଙ୍କ ସ୍ୱର ଶୁଭାଯାଉଛି ।ହୋଟେଲ ମଦ ଦୋକାନର ମାଲିକ ନୁହେଁ, ବରଂ ଆମ ସୁଖ ଦୁଃଖରେ ସାମିଲ ହେଉଥିବା ଦରଦୀ ବନ୍ଧୁଟିଏ ଦରକାର । ଏଭଳି କିଛି ରୋକଠୋକ କଥା ଗତକାଲି ଚିଲିକାବାସୀଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ଚିଲିକା ନିର୍ବାଚନମଣ୍ଡଳୀର ବର୍ତ୍ତମାନର ବିଧାୟକ ରଘୁ ସାହୁଙ୍କୁ ହଟାଇ ତାଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ଟିକେଟ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଦାବି ହୋଇଛି । ଏପରିକି କିଛିଲୋକ ଗତକାଲି ନବୀନ ନିବାସ ଆସି ନବୀନଙ୍କୁ ଭେଟିବା ସହ ଏଥର ରଘୁ ସାହୁଙ୍କୁ ପୁନଶ୍ଚ ଟିକେଟ ନଦେବା ପାଇଁ ଦାବି କରିଛନ୍ତି ।

ରଘୁଙ୍କ ବଦଳରେ ମାନସଙ୍କ ଉପରେ ଆସ୍ଥାପ୍ରକଟ କଲେ ଦଳ ବହୁ ବ୍ୟବଧାନରେ ବିଜୟୀ ହେବ ବୋଲି ସେମାନେ କହିଛନ୍ତି । ସେହିପରି ରଘୁଙ୍କୁ ଆଉଥରେ ଟିକେଟ ଦେବାକୁ ଦଳ ଚିନ୍ତାକଲେ ବିଜେଡିକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ସୂଚନାଯୋଗ୍ୟ ଚିଲିକା ନିର୍ବାଚନ ମଣ୍ଡଳୀର ଆଜି ଶତାଧୀକ ବିଜେଡି କର୍ମୀ ନବୀନ ନିବାସରେ ପହଁଛିଥିଲେ । ସମସ୍ତଙ୍କ ମୁହଁରେ ଥିଲା ଚିଲିକାର ବିଜେଡିର ଯୁବ ନେତା ମାନସ ମଙ୍ଗରାଜଙ୍କ ପ୍ରସଂଶା । ସମସ୍ତେ ବିଜେଡି ସୁପ୍ରିମୋଙ୍କୁ ଭେଟି ଏଥର ରଘୁ ନାଥ ସାହୁଙ୍କୁ ନୁହେଁ ମାନସ ମଙ୍ଗରାଜଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରିଥିଲେ ।

ସେମାନଙ୍କ ଯୁକ୍ତି ଥିଲା ମାନସ ମଙ୍ଗରାଜ ପ୍ରାର୍ଥୀ ହେଲେ ଏଥର ବିଜେଡି ବିଜୟକୁ ଚିଲିକାରେ କେହି ରୋକିପାରିବେ ନାହିଁ । ରଘୁ ନାଥ ଆଉ ଦଳୀୟ କର୍ମୀ କି ଲୋକମାନଙ୍କ ସହ ସଂପର୍କ ରଖି ନାହାନ୍ତି । କର୍ମୀଙ୍କୁ ୫ ବର୍ଷ ଧରି ଅଣଦେଖା କରିଛନ୍ତି । ଏବେ ଭୋଟ ଆସିଲାବେଳକୁ କର୍ମୀଙ୍କୁ ଖୋଜୁଛନ୍ତି । ଟିକେଟ ଲବି ଚଳାଇଛନ୍ତି । ତାଙ୍କୁ ଯଦି ଟିକେଟ ମିଳେ ତେବେ କର୍ମୀଙ୍କ ମନବଳ ଭାଙ୍ଗିବ ବୋଲି ସେମାନେ ସୁପ୍ରିମୋଙ୍କ ଆଗରେ କହିଥିବା ମଧ୍ୟ ଗଣମାଧ୍ୟମରେ କହିଛନ୍ତି ।

ଅନ୍ୟପଟେ ଚିଲିକା ଆସନ ଏବେ ବିଜେପି ହାତରେ ଅଛି । ବିଜେପି ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ ଏଥର ନିର୍ବାଚନ ଲଢିବେନି ବୋଲି ଶୁଣାଯାଉଛି । ତାଙ୍କ ସ୍ଥାନରେ ତାଙ୍କ ପୁତୁରା ପୃର୍ଥୀରାଜ ହରିଚନ୍ଦନ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ଆଉ ଏଭଳି ସ୍ଥିତିରେ ବିଜେଡି ଯଦି ମାନସଙ୍କ ପରି ନିର୍ମଳ ଚେହେରାକୁ ମଇଦାନକୁ ଛାଡେ ତେବେ ବିଜେଡି ଏହି ଆସନ ଆଣିପାରିବ ବୋଲି କର୍ମୀ କହୁଛନ୍ତି । ମାନସଙ୍କ କ୍ରେଜ ସମ୍ମୁଖରେ ରଘୁ ପୁରା ଫିକା ପଡିଥିବା ସ୍ପଷ୍ଟ ହୋଇଛି ।

Share this story